ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଗ୍ରାମାଞ୍ଚଳର ଲୁକ୍କାୟିତ ପ୍ରତିଭା ମାନଙ୍କୁ ଲୋକ ଲୋଚନକୁ ଆଣିବା ନିମନ୍ତେ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ଜାରି ରହିଛି ନିରନ୍ତର ପ୍ରୟାସ । ଏହି ପରିପ୍ରେକ୍ଷୀରେ ମାଆ ମାନଙ୍କୁ ନେଇ ଫାଉଣ୍ଡେସନ ଦ୍ୱାରା ଆରମ୍ଭ ହୋଇଛି ଅନଲାଇନ ଗୁରୁବାର ସେର ଝୋଟି ପ୍ରତିଯୋଗିତା । ବିଗତ ଦୁଇଟି ଗୁରୁବାର ରେ ୧୪୫୭ ଜଣ ମାଆ ସେମାନଙ୍କର ଝୋଟି ଚିତ୍ରକୁ ଫାଉଣ୍ଡେସନର ହ୍ଵାଟ ସପ ନମ୍ବର ୯୯୩୮୮୧୦୫୩୯ ଓ ୮୩୨୮୮୭୬୦୩୮ ରେ ପଠାଇଥିବାର ଦେଖିବାକୁ ମିଳିଛି । ଏହି ଚିତ୍ର ଗୁଡିକ ଭାରତ ସମେତ ବିଭିନ୍ନ ଦେଶର ପ୍ରମୁଖ ଶିଳ୍ପୀ ଓ ବିଚାରକଙ୍କ ଦ୍ୱାରା ମୂଲ୍ୟାଙ୍କନ କରାଯିବା ସହ ପ୍ରଥମ ଦଶ ଜଣଙ୍କୁ ଫାଉଣ୍ଡେସନ ପକ୍ଷରୁ ଆନ୍ତର୍ଜାତୀୟ ସ୍ତରର ପ୍ରମାଣପତ୍ର ପ୍ରଦାନ କରାଯିବ ଓ ଆଗାମୀ ଗୁରୁବାର ଗୁଡିକରେ ଯେଉଁ ମାଆ ମାନେ ଏଥିରେ ଭାଗ ନେବାକୁ ଚାହୁଁଛନ୍ତି ସେମାନେ ଝୋଟି ପକାଉଥିବା ସମୟର ଫୋଟୋ ଉପରୋକ୍ତ ହ୍ଵାଟସପ ସଂଖ୍ୟାରେ ପଠାଇ ପାରିବେ ବୋଲି ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶ ମତବ୍ୟକ୍ତ କରିଛନ୍ତି ।
ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ଏକ ମାସ ଧରି ଚାଲୁ ରହିବ ଝୋଟି ପ୍ରତିଯୋଗିତା !!!

