ବାଙ୍କୀ ( ଆୱାଜ ମିଡିଆ ) – ଅନନ୍ତ ରଣା : ମା ଚର୍ଚ୍ଚିକା କୃଷି ଉତ୍ପାଦକ କମ୍ପାନୀ ଲିଃ.ର ଏକ ସାଧାରଣ ପରିଷଦ ବୈଠକ ବାଙ୍କୀ ବିଦ୍ଯାରତ୍ନ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ପରିଷଦ ବୈଠକରେ ଲାଇଭ୍ଲିହୁଡ୍ ଅଲ୍ଟରନେଟିଭ୍ ଓଡ଼ିଶା ଶାଖାର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ସମ୍ବିତ ତ୍ରିପାଠୀ, ମହାରାଷ୍ଟ୍ରର ବମ୍ବେରୁ ଆସିଥିବା କୃଷି ଗବେଷକ ନିରବ ଜୀ ଯୋଗଦେଇ କମ୍ପାନୀରେ କାର୍ଯ୍ୟ କରୁଥିବା ସମସ୍ତ ଚାଷୀ ଭାଗିଦାର ମାନଙ୍କୁ ଉତ୍ସାହିତ କରିବା ସହିତ ଚାଷ କ୍ଷେତ୍ରରେ ଆତ୍ମ ନିର୍ଭରଶୀଳ ହେବା ପାଇଁ ପରାମର୍ଶ ଦେଇଥିଲେ । ବିଭିନ୍ନ ପ୍ରକାର ଚାଷକୁ ନଷ୍ଟ କରୁଥିବା ହାତୀ, ବାରହା, ମାଙ୍କଡ ଓ ଷଣ୍ଢ ମାନଙ୍କ ଉପଦ୍ରବରୁ ରକ୍ଷା ପାଇଁ ଜୈବିକ ପଦ୍ଧତିରେ କିଭଳି ରୋକାଯାଇ ପାରିବ ସେହି ଦିଗରେ ଗବେଷଣାଗତ ଜ୍ଞାନ କୌଶଳକୁ ପ୍ରୟୋଗ କରାଯାଇ ପାରିବ ବୋଲି ଅତିଥିମାନେ କହିଥିଲେ । କମ୍ପାନୀର ଆଗାମୀ ଦିନରେ ଚାଷକୁ ଦ୍ୱିଗୁଣିତ କରିବା ପାଇଁ ଲାଇଭଲିହୁଡ୍ ଅଲ୍ଟର୍ନେଟିଭ୍ ସଂସ୍ଥା ଅଗ୍ରଣି ଭୂମିକା ଗ୍ରହଣ କରିବ ବୋଲି ପରିଚାଳନା ନିର୍ଦ୍ଦେଶକ ଶ୍ରୀ ତ୍ରିପାଠୀ ପ୍ରକାଶ କରିଥିଲେ । ଏହି ବୈଠକରେ ବାଙ୍କୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରୁ ଶତାଧିକ ଅଗ୍ରଣୀ ଚାଷୀ ଯୋଗ ଦେଇଥିଲେ । ମା’ଚର୍ଚ୍ଚିକା କୃଷି ଉତ୍ପାଦନ କମ୍ପାନୀର ମୁଖ୍ୟ ଆଇନଜୀବୀ ଅଜୟ କୁମାର ସ୍ୱାଇଁ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ସିଦ୍ଧେଶ୍ୱର ପାଇକରାୟ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରମୋଦ କୁମାର ରଣା, ସଂଯୋଜକ ମଦନମୋହନ ରାଉତ, ବରିଷ୍ଠ ଚାଷୀ ଦିନେଶ ଲାଲ୍ଙ୍କ ସମେତ ବହୁ ଚାଷୀ ଯୋଗଦେଇ ନିଜ ନିଜର ମତ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଶୈଳଜା ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।
ମା’ ଚର୍ଚ୍ଚିକା କୃଷି ଉତ୍ପାଦକ କମ୍ପାନୀର ସାଧାରଣ ପରିଷଦ ବୈଠକ !!!

