ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ କଳିଯୁଗେଶ୍ଵର ପାହାଡ ନିକଟରୁ ୮ ଫୁଟ ଲମ୍ବର ଅଜଗର ସାପ ଜାଲରେ ଧରା ପଡିଛି । ସୂଚନା ମୁତାବକ ବାଲୁଗାଁ ଘିଖଲା ଗ୍ରାମର କିଛି ମାଛ ଧରାଳି କଳିଯୁଗେଶ୍ଵର ପାହାଡ ନିକଟ ଚିଲିକା କୂଳରୁ ମାଛ ଧରି ସେହି ମାଛକୁ ବିକ୍ରୟ କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି । ଦୈନନ୍ଦିନ ଭଳି ସୋମବାର ଦିନ ମଧ୍ୟ କଳିଯୁଗେଶ୍ଵର ପାହାଡ ନିକଟ ଚିଲିକା କୂଳରୁ ଜାଲ ପକାଇ ମାଛ ଧରୁଥିବା ସମୟରେ ବିରାଟକାୟ ୮ ଫୁଟ ଲମ୍ବର ଏକ ଅଜଗର ସାପ ଜାଲରେ ପଡିଥିଲା। ସେଠାରେ ଉପସ୍ଥିତ ଥିବା ଲୋକେ ସଙ୍ଗେ ସଙ୍ଗେ ବନ ବିଭାଗକୁ ଖବର ଦେଇଥିଲେ , ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଅଜଗର ସାପଟିକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଥିବାର ସୂଚନା ମିଳିଛି ।
ଚିଲିକା କୂଳରେ ଜାଲରେ ପଡ଼ିଲା ବିରାଟକାୟ ଅଜଗର !!!

