ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ପୁରୁଣା ପାଟଣା ମଣ୍ଡଳ ଦଶରଥପୁର ଗ୍ରାମରେ କାର୍ଯ୍ୟରତ ଶ୍ରୀକରଣ ସାହି ବାସିନ୍ଦା ତ୍ରିନାଥ ପଟ୍ଟନାୟକଙ୍କ ଅକାଳ ବିୟୋଗ ଘଟିଛି ! ୫୩ ବର୍ଷ ବୟସରେ କିଡନି ସଂକ୍ରମଣ ଜନିତ ରୋଗରେ ମୃତ୍ୟୁ ହୋଇଯାଇଛି । ସେ ଜଣେ ବରିଷ୍ଠ ଓଡ଼ିଆ ଶିକ୍ଷକ ତଥା ଓଡ଼ିଆ ସାହିତ୍ୟ ସଂସ୍କୃତି ପରମ୍ପରାର ସାଧକ ଥିଲେ। ବିଛିନ୍ନlଞ୍ଚଳରେ ଓଡ଼ିଆ ଭାଷାକୁ ଜନାଦୃତ କରି ଓଡ଼ିଆ ଶିକ୍ଷକ ସଂଘର ଆବାହକ ଥିଲେ । ତାଙ୍କ ଦେହାନ୍ତରେ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା, ଆନ୍ଧ୍ର ପ୍ରଦେଶ ଓଡ଼ିଆ ଶିକ୍ଷକ ସଂଘ ର ସୋମନାଥ ପଟନାୟକ, ପ୍ରେମାନନ୍ଦ ପଟ୍ଟନାୟକ, ରବି ଚୌଧୁରୀ, ସୂର୍ଯ୍ୟନାରାୟଣ ପଟ୍ଟନାୟକ, ହରିଚରଣ ପଟନାୟକ, ବିଜୟ ପଟ୍ଟନାୟକ, ବୀରକିଶୋର ପଟ୍ଟନାୟକ, ଶ୍ରୀମତୀ ଟିକି ପଟ୍ଟନାୟକ , ସନ୍ତୋଷ ପାତ୍ର, ରୋଷନ ପାତ୍ର, ଚନ୍ଦ୍ରଶେଖର ପଟ୍ଟନାୟକ ପ୍ରଭୃତି ଘୋର ଦୁଃଖ ପ୍ରକାଶ କରିଛନ୍ତି ।
ବରିଷ୍ଠ ଶିକ୍ଷକ ତ୍ରିନାଥ ପଟ୍ଟନାୟକଙ୍କ ବିୟୋଗ !!!

