ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାଳିଆପାଣି ଥାନା ଅଂଚଳରେ ନିର୍ବାଚନ ଆଗରୁ ରାଜନୈତିକ ହିଂସା ଦେଖିବାକୁ ମିଳିଛି । କାଳିଆପାଣି ଗାଁର ପ୍ରକାଶ ମହାନ୍ତ ବିଜେଡି ଛାଡି ବିଜେପିରେ ମିଶିବାରୁ ତାଙ୍କୁ ବିଳମ୍ବିତ ରାତ୍ରୀରେ ଘରୁ ଏକା ଡ଼ାକି ନେଇ ଧାରୁଆ ଅସ୍ତ୍ର ରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଖବର ଅନୁଯାୟୀ ଗୁରୁବାର ସନ୍ଧ୍ୟାରେ ପ୍ରକାଶ ପରିବାର ସହିତ ବସିଥିବା ସମୟରେ ୩ ଜଣ ଯୁବକ ତାଙ୍କୁ ଘରୁ ଡ଼ାକି ନେଇଥିଲେ । ପରେ ସେହି ଯୁବକ ମାନେ ପ୍ରକାଶକୁ ଏକ ନିଛାଟିଆ ସ୍ଥାନକୁ ଡାକିନେଇ କାହିଁକି ବିଜେପିରେ ଯୋଗଦେଲେ ବୋଲି ପ୍ରଶ୍ନ କରିବା ପରେ ଏହାକୁ ପ୍ରକାଶ ବିରୋଧ କରିବା ପରେ ସଂପୃକ୍ତ ଯୁବକ ମାନେ ତାଙ୍କୁ ଆକ୍ରମଣ କରିଥିଲେ । ଘଟଣା ସ୍ଥଳରେ ପ୍ରକାଶ ପାଟି କରିବାରୁ ଗୁରୁତର ଅବସ୍ଥାରେ ଅଭିଯୁକ୍ତ ମାନେ ପ୍ରକାଶକୁ ଛାଡି ଫେରାର ହୋଇ ଯାଇଥିଲେ । ଏହି ଘଟଣାକୁ ନେଇ କାଳିଆପାଣି ଥାନାରେ ଲିଖିତ ଅଭିଯୋଗ ହେବାପରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।
ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି କାଳିଆପାଣି ଅଞ୍ଚଳରେ ବିଜେପି କର୍ମୀଙ୍କୁ ଆକ୍ରମଣ !!!

