ବେଣାଗାଡ଼ିଆ ଗ୍ରାମ ରେ ବିଜେପି ପକ୍ଷରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଖଣି ଅଞ୍ଚଳ ଚିଙ୍ଗୁଡ଼ିପାଳ ପଞ୍ଚାୟତ ଅନ୍ତର୍ଗତ ବେଣାଗାଡ଼ିଆ ଗ୍ରାମର ଖେଳ ପଡିଆରେ କାଳିଆପାଣି ଅଞ୍ଚଳର ଶହ ଶହ ବିଜେପି କର୍ମୀ ଏକତ୍ରିତ ହୋଇଥିବା ଦେଖିବାକୁ ମିଳିଛି l ବିଗତ ଦୁଇ ଦଶନ୍ଧି ଧରି ଖଣି ଅଞ୍ଚଳରେ ଏକ ରାଷ୍ଟ୍ରୀୟ ଦଳ ହିସାବରେ ବିଜେପିର ସେମିତି କିଛି ପ୍ରଭାବ ଦେଖିବାକୁ ମିଳିନାହିଁ l ଇତି ମଧ୍ୟରେ ଯେତେ ଗୁଡିଏ ନିର୍ବାଚନ ହୋଇଛି ଖଣି ଅଞ୍ଚଳରେ ବିଜେପି ଦଳର ପ୍ରଦର୍ଶନ ଅତି ନ୍ୟୁନ ରହିଛି l ତେବେ ବର୍ତମାନ ପରିସ୍ଥିତି କିଛି ଅଲଗା ଅନୁଭୂତ ହେଉଛି l ଗତ ମାସରେ ବିଜେପିର ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡାଙ୍କ ଓଡିଶା ଗସ୍ତ ପରଠାରୁ ଖଣି ଅଞ୍ଚଳର ବିଜେପି କର୍ମୀ ମାନଙ୍କ ମଧ୍ୟରେ ଉତ୍ସାହ ବଢିବା ପରି ଲାଗୁଛି l ବିଜେପି ର ମୋ ବୁଥ ସବୁଠୁ ମଜବୁତ ନାରାକୁ ସଫଳ ରୂପାୟନ କରିବା ପାଇଁ ରବିବାର ଦିନ ବେଣାଗାଡିଆ ଗ୍ରାମର ଖେଳପଡିଆ ରେ ଏକତ୍ରିତ କର୍ମୀମାନେ ଉଦ୍ୟମ ଆରମ୍ଭ କରିଛନ୍ତି l ଯଦିଓ ଏହା ବେଣାଗାଡ଼ିଆ ଗ୍ରାମରେ ଆରମ୍ଭ କରାଯାଇଛି, ଏଥିରେ କିନ୍ତୁ ପାଖ ପଞ୍ଚାୟତ ଗୁଡ଼ିକରୁ ମଧ୍ୟ ଶତାଧିକ ବିଜେପି କର୍ମୀ ଏକତ୍ରିତ ହୋଇଥିଲେ l ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଲା ବିଜେପିର ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଶହ ଶହ ସଂଖ୍ୟାରେ ମହିଳା ମାନେ ଯୋଗ ଦେଇଥିବାର ଦେଖିବାକୁ ମିଳିଥିଲା l ବେଣାଗାଡ଼ିଆ ଗ୍ରାମର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବେଣୁଧର ମହାନ୍ତଙ୍କ ପୌରହିତ୍ୱ ରେ ଆୟୋଜିତ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଡ.ପ୍ରଦୀପ ବଳସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବରିଷ୍ଠ ବିଜେପି ନେତା ଆମଳେନ୍ଦୁ ବେହୁରା, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବିଶ୍ୱଜିତ ରାଜ ପ୍ରମୁଖ ବିଜେପିର ତୁଙ୍ଗ ନେତା ମାନେ ଯୋଗ ଦେଇଥିଲେ l ବିଜେପିର ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ଖଣି ଅଞ୍ଚଳର ସଚିନ ହେମ୍ବ୍ରମ, ଲମ୍ବୋଦର ମହାନ୍ତ, କୁନାଲ ମହାନ୍ତ, ଦୀପକ ପାତ୍ର, ରାଇସେନ ସର୍ଦାର, ଗୁରୁଚରଣ ମହାନ୍ତ, ନରେନ୍ଦ୍ର ମହାନ୍ତ, ସୁକାନ୍ତି ମହାନ୍ତ, ରବୀନ୍ଦ୍ର କୁମାର ସାହୁ, ଶଙ୍କର ସିଧୁ , ସତ୍ୟାନନ୍ଦ ଦେହୁରୀ ଇତ୍ୟାଦି ବିଜେପି କର୍ମୀ ବନ୍ଧୁମିଳନ କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରମୁଖ ସହଯୋଗ କରିଥିବା ଦେଖିବାକୁ ମିଳିଛି l

 

Leave a Reply

Your email address will not be published. Required fields are marked *