ବାଣପୁର ଆହାର କେନ୍ଦ୍ର ନିକଟରେ ଲେଖକଙ୍କୁ ଆକ୍ରମଣ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଭୀମପୁର ଗ୍ରାମର ଜଣେ ଲେଖକଙ୍କୁ ଆକ୍ରମଣ ହୋଇଥିବାର ବାଣପୁର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ ଭୀମପୁର ଗ୍ରାମର ନରସିଂହ ପଟନାୟକ ଙ୍କ ପୁଅ ଲେଖକ ଦେବାଶିଷ ପଟନାୟକ ଗତକାଲି ଅପରାହ୍ନର ୩ ଘଟିକା ସମୟରେ ବାଣପୁର ଆହାର କେନ୍ଦ୍ର କୁ ଖାଇବାକୁ ଯାଇଥିବା ବେଳେ ବାଣପୁର ହରିଜନ ସାହିର ବିଷ୍ଣୁ ନାୟକ କୌଣସି କାରଣ ଯୋଗୁଁ ଆହାର କେନ୍ଦ୍ର ନିକଟରେ ପହଞ୍ଚି ଦେବାଶିଷଙ୍କୁ ଗାଳି ଗୁଲଜ କରିବା ସହିତ ତାଙ୍କୁ ଆକ୍ରମଣ କରିଥିଲେ ଯାହା ଫଳରେ ଦେବାଶିଷ ବାମପଟ ଗାଲରେ ଖୁବ୍ ଜୋର ରେ ଆଘାତ ଲାଗିଥିଲା . ସଙ୍ଗେ ସଙ୍ଗେ ବାଣପୁର ମେଡ଼ିକାଲରେ ଚିକିତ୍ସା ହୋଇ ବାଣପୁର ଥାନାରେ ଏତଲା ଦେଇଥିଲେ . ତେବେ ଅଭିଯୋଗ କରିବା ପରେ ସୁଦ୍ଧା ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି ବୋଲି ଦେବାଶିଷ କହିଛନ୍ତି ।

Leave a Reply

Your email address will not be published. Required fields are marked *