ଘୁର୍ଣ୍ଣି ବାତ୍ୟା ଅର୍ଣ୍ଣବ ର କ୍ଷୟକ୍ଷତି ଆକଳନ ନିମନ୍ତେ ଆନ୍ତଃ ମନ୍ତ୍ରାଳୟ କେନ୍ଦ୍ରୀୟ ଦଳ(IMCT)ଙ୍କ ଓଡ଼ିଶା ଗସ୍ତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଅର୍ଣ୍ଣବ ବାତ୍ୟାର କ୍ଷୟକ୍ଷତି ଆକଳନ ପରିଦର୍ଶନ କରିବା ପାଇଁ 4 ଜଣିଆ କେନ୍ଦ୍ରୀୟ ଦଳ ଗଜପତି ଗସ୍ତ କରିଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ବାତ୍ୟା କ୍ଷୟକ୍ଷତିର ସମିକ୍ଷା ହୋଇ ଥିଲା।ଏହି ବୈଠକରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଓ ଅତିରିକ୍ତ ଶାସନ ସଚିବ ମଧ୍ୟ ଉପସ୍ଥିତ ଥିଲେ।ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରିବାକୁ ଗଜପତି ଗସ୍ତରେ ୪ ଜଣିଆ କେନ୍ଦ୍ରୀୟ ଦଳ ପହଞ୍ଚି ଗୋଶାଣୀ ବ୍ଳକ, ରାୟଗଡ଼ ବ୍ଳକ, ମୋହନା ବ୍ଳକ ର ବିଭିନ୍ନ ସ୍ଥାନ ପରିଦର୍ଶନ କରିବେ।ବାତ୍ୟା ଅର୍ଣ୍ଣବ ପରେ ଗଜପତି ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତିର ଆକଳନ ଓ ସମୀକ୍ଷା କରିବା ପାଇଁ 4 ଜଣିଆ କେନ୍ଦ୍ରୀୟ ଦଳ ଗଜପତି ଗସ୍ତରେ ଆସିଛନ୍ତି। ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ହୋଇ ଛି। ଅର୍ଣ୍ଣବ ବାତ୍ୟା ଯୋଗୁଁ ଜିଲ୍ଲାରେ କୃଷି, ଘରଦ୍ୱାର, ରାସ୍ତାଘାଟ ଓ ଅନ୍ୟାନ୍ୟ କ୍ଷେତ୍ରରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା ଚାଲିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ସମ୍ପର୍କିତ ତଥ୍ୟ ଓ ରିପୋର୍ଟ କେନ୍ଦ୍ରୀୟ ଦଳକୁ ପ୍ରଦାନ କରାଯାଇଛି। ଏହି ସମୀକ୍ଷା ବୈଠକରେ ଶ୍ରୀ ସରୋଜ କୁମାର ସାହୁ, ଚିଫ ଜେନେରାଲ ମ୍ୟାନେଜର ଲାଣ୍ଡ ଇଣ୍ଡକୋ, ଶ୍ରୀ ଅଜୟ କୁମାର ସାହୁ ଅଣ୍ଡର ସେକ୍ରେଟାରୀ ମିନିଷ୍ଟ୍ର ରି ଅଫ ରୁରାଲ ଡ଼ ବ୍ଳପମେଣ୍ଟ,ଶ୍ରୀ ରବି ଶଙ୍କର ମିନିଷ୍ଟ୍ରରି ଅଫ ହୋମ ଏଫିୟର, ଡକ୍ଟର ମନ ସିଂ ଏଗ୍ରିକଲଚର ଓ ଫାରମେର ୱାଲଫର ,ଶ୍ରୀ ରାହୁଲ ଚୋରାଶିଆ ଏକ୍ସପେଣ୍ଡିଚାର ମିନିଷ୍ଟ୍ର ରି ଓ ଫ ଫାଇନ୍।ସ ନୂଆ ଦିଲ୍ଲୀ ଶ୍ରୀ ଦିଲ୍ଲୀପ ଜେନା,ଆର ଡି ସି ବ୍ରହ୍ମପୁର ର ଶ୍ରୀ ବିଜୟ ଅମୃତାଙ୍କ ସମେତ ଜିଲ୍ଲା ପ୍ରଶାସନ ଅଧିକାରୀ ଓ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *