ନୟାଗଡ଼ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ସହରକୁ ଲାଗିକରି ଥିବା ଲଷ୍ମୀପ୍ରସାଦ ପଞ୍ଚାୟତର ଶହ ଶହ ଲୋକ ଦୀର୍ଘ ଦିନ ହେଲା ପିଇବା ପାଣି ପାଇଁ ଡହଳ ବିକଳ ଅବସ୍ଥାରେ ରହି ଆସୁଛନ୍ତି । ପିଇବା ପାଣି ମୁନ୍ଦେ ପାଇଁ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଜଣାଉଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ସହରକୁ ଆସୁଥିବା ମହାନଦୀ ପାଣିକୁ ପଞ୍ଚାୟତ ବାସୀ ବ୍ୟବାହାର କରିବାକୁ ବାଧ୍ୟ୍ୟ ହୋଇଥିଲେ । ହେଲେ କିଛିଦିନ ପୂର୍ବେ ପାଣି ଚୋରିକୁ ନେଇ ଲକ୍ଷ୍ମୀପ୍ରସାଦ ପଞ୍ଚାୟତରେ ପୋଲିସ କରିଥିଲା ସର୍ଜିକାଲ ଷ୍ଟ୍ରାଇକ ।
ଅନେକ ଙ୍କ ଘରୁ ପାଣି ସଂଯୋଗ ବିଛିନ୍ନ କରି ଶହେରୁ ଉର୍ଦ୍ଧ୍ବ ଲୋକଙ୍କ ନାମରେ ସଦର ଥାନାରେ ମାମଲା ରୁଜୁ କରିଥିଲା ପୋଲିସ । ମୁନ୍ଦେ ପିଇବା ପାଣି ପାଇଁ ଥାନାରେ ମାମଲା ହୋଇଥିବା ଶୁଣି ସେହି ଲୋକଙ୍କ ସାଙ୍ଗରେ ଛିଡ଼ା ହେଲେ ନୟାଗଡ଼ର ରାଣୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ। ବିଗତ ଦିନରେ ନାବାଳିକା ଝିଅ ପରୀ ଅପହରଣ ଓ ହତ୍ୟା , ସରପଞ୍ଚ ସୌମ୍ୟ ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ କୁ ନେଇ ଚର୍ଚ୍ଚାରେ ଥିବା ଲକ୍ଷୀପ୍ରସାଦ ପଞ୍ଚାୟତ ଏବେ, ପିଇବା ପାଣି ପାଇଁ ପୁଣି ଆସିଛି ଚର୍ଚ୍ଚାକୁ !