ନୟାଗଡ ସହରରେ ଦୀର୍ଘ ଦିନ ଧରି ବନ୍ଦ ହୋଇ ପଡି ରହିଛି ସୁଲଭ ଶୈାଚାଳୟ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ନୟାଗଡ ସହରରେ ଦୀର୍ଘ ଦିନ ଧରି ବନ୍ଦ ହୋଇ ପଡି ରହିଛି ସୁଲଭ ଶୈାଚାଳୟ , ହଟହଟା ହେଉଛନ୍ତି ଲେକେ । ଅଭିଯୋଗ ପରେ ମଧ୍ୟ କର୍ଣ୍ଣପାତ କରୁନାହାନ୍ତି କର୍ତ୍ତୁପକ୍ଷ । ମୁନିସିପାଲଟିର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ । ନୟାଗଡ ଏନଏସି ରୁ ମୁନିସିପାଲଟି ମାନ୍ୟତା ପାଇବା ପରେ ଲୋକଙ୍କ ଅ।ଶା ଓ ବିଶ୍ଵାସ ରହିଥିଲା ଏଥର ବଦଳିବ ସହରର ରୁପରେଖ । ସହରବାସୀଙ୍କ ସମସ୍ୟା ସମାଧାନ ହେବା ସହ ଅଧିକ ଦକ୍ଷତାର ସହ କାର୍ଯ୍ୟ କରିବ ନୟାଗଡ ମୁନିସିପାଲଟି । କିନ୍ତୁ ନୟାଗଡ ସହର ଏନଏସିରୁ ମୁନିସିପାଲଟି ମାନ୍ୟତା ପାଇବା ପରେ ସହରର ସମସ୍ୟା କମିବା ପରିବର୍ତେ ଏବେ ବଢିବାରେ ଲାଗିଛି । ମୁନିସିପାଲଟି କର୍ତୁପକ୍ଷ ଓ ନିର୍ବାଚିତ ପ୍ରତିନିଧିଙ୍କ ମନୋମୁଖି କାରବାର ଯୋଗୁଁ ଏବେ ହଟହଟା ହେଉଛନ୍ତି ଲୋକେ । ସହରରେ ଏପରି ଏକ ଗୁରୁତର ସମସ୍ୟା ସୃଷ୍ଟି ହୋଇଛି ଯାହାକୁ ନେଇ ଏବେ ମୁନିସିପାଲଟି ଉପରେ ବଢିବାରେ ଲାଗିଛି ଜନ ଅସନ୍ତୋଷ । ଏହି ସମସ୍ୟାଟି ହେଉଛି ସହରରେ ଥିବା ଦୁଇଟି ସୁଲଭ ଶୈାଚାଳୟକୁ ନେଇ । ଏହି ଦୁଇଟି ସୁଲଭ ଶୈାଚାଳୟ ସହରର ଗୁରୁତ୍ଵପୂର୍ଣ୍ଣ ଓ ଜନଗହଳି ସ୍ଥାନ ପରୁଣା ବସଷ୍ଟାଣ୍ଡ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ରହିଛି । ଏହି ଦୁଇଟି ଶୈାଚାଳୟ ସହରକୁ ଅ।ସୁଥିବା ଯାତ୍ରୀ ,ସହରରେ ବ୍ୟବସାୟ କରୁଥିବା ଉଠା ଦୋକାନୀ ,ମେଡିକାଲକୁ ଅ।ସୁଥିବା ରୋଗୀ ,ସେମାନଙ୍କ ସଂର୍ପର୍କିୟ ମାନଙ୍କର ଶୈାଚ ଅ।ଦି କାର୍ଯ୍ୟ ରେ ବ୍ୟବହାର ହେଉଥିଲା । ଫଳରେ ଅନେକ ଲୋକ ଏଥିଯୋଗୁଁ ଉପକୃତ ହେବା ସହ ପରିମଳ ସମସ୍ୟାର ମଧ୍ୟ ସମାଧାନ ହେଉଥିଲା । ବିଶେଷ କରି ଶୈାଚାଳୟ ଯୋଗୁଁ ସହରକୁ ଅ।ସୁଥିବା ମହିଳା ଯାତ୍ରୀ କୈାଣସି ଅସୁବିଧାର ସମ୍ମୁଖିନ ହେଉନଥିଲେ । କିନ୍ତୁ କୈାଣସି କାରଣ ନଥାଇ ଦୀର୍ଘଦିନ ଧରି ଶୁଲଭ ଶୈାଚାଳୟ ଦୁଇଟିରେ ଏବେ ଝୁଲୁଛି ତାଲା । ଜନଗହଳି ପୁର୍ଣ୍ଣ ନୟାଗଡ ସହର ଭିତରେ କିମ୍ବା ମେଡିକାଲର ଅନ୍ୟ କେଉଁ ଠାରେ ଶୈାଚ ଅ।ଦି ହେବାର ବ୍ୟବସ୍ଥା ନଥିବା ବେଳେ ଏବେ ଏହା ଲୋକଙ୍କ ପାଇଁ ସମସ୍ୟା ପାଲଟିଛି । ବିଶେଷ କରି ମହିଳା ମାନେ ଏଥିଯୋଗୁଁ ଅନେକ ସମସ୍ୟାରେ ପଡୁଛନ୍ତି । ମୁନିସିପାଲଟି ପକ୍ଷରୁ କରାଯାଇଥିବା ପରିଶ୍ରାଗାର ଗୁଡିକ ମଧ୍ୟ ରକ୍ଷଣା ବେକ୍ଷଣ ଅଭାବରୁ ବ୍ୟବହାର ଉପଯୋଗୀ ହୋଇ ପାରୁନଥିବା ବେଳେ ଜରୁରି ପରିସ୍ଥିତିରେ ଲୋକେ ସହରର ବିଭିନ୍ନ ଗଳି କନ୍ଦି ରାସ୍ତା କଡରେ ନିଜର ଶୈାଚଅ।ଦି କରି ଅପରିସ୍କାର ପରିବେଶ ସୃଷ୍ଟି କରୁଥିବାର ଦେଖିବାକୁ ମିଳୁଛି । ଫଳରେ ସହରରେ ଦୁର୍ଗନ୍ଦମୟ ପରିବେଶ ହେବା ସହ ପରିମଳ ବ୍ୟବସ୍ଥା ମଧ୍ୟ ବିପଯ୍ୟସ୍ଥ ହୋଇଉଠୁଛି । ଏହାକୁ ନେଇ ଜନସାଧାରଣଙ୍କ ବିତରେ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ଶୈାଚାଳୟ ଗୁଡିକ କାହିଁକି ବନ୍ଦ ରହିଛି ସେ ସଂମ୍ପର୍କରେ ମୁନିସିପାଲିଟି କର୍ତୁପକ୍ଷଙ୍କ ଠାରୁ ମଧ୍ୟ କୈାଣସି ନିଦ୍ଧିଷ୍ଠ ଉତ୍ତର ମିଳିପାରୁନି । ଏଥିଯୋଗୁଁ ଲୋକେ ନିର୍ବାଚିତ ପ୍ରତିନିଧି ମାନଙ୍କୁ ମଧ୍ୟ ଦୋଷ ଦେବା ଅ।ରମ୍ବ କଲେଣୀ । ତୁରନ୍ତ ଶୈାଚାଳୟ ଗୁଡିକ ଜଦି ଖୋଲା ନଯାଏ ତେବେ ଅ।ଗକୁ ଲୋକଙ୍କ ଅସନ୍ତୋଷ ସ୍ଥାନୀୟ ନେତାଙ୍କୁ ମହଙ୍ଗା ପଡିବାର ସଂମ୍ଭାବନା ରହିଛି ବୋଲି ଜନସାଧାରଣ ଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି ।

Leave a Reply

Your email address will not be published. Required fields are marked *