କଟକ ( ଆୱାଜ ମିଡିଆ ) – ଅମ୍ରିତା ପଟ୍ଟନାୟକ : କଟକ ଲିଙ୍କରୋଡ ସ୍ଥିତ ଓଡିଶା କମ୍ପୁଟର ଏକାଡେମୀ ବହୁମୁଖୀ ଅନୁଷ୍ଠାନର ବାର୍ଷିକଉତ୍ସବ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବକୁ ଅନୁଷ୍ଠାନର ନିର୍ଦ୍ଦେଶକ ସୂର୍ଯ୍ୟ ନାରାୟଣ ରାଉତ ଉଦ୍ଘାଟନ କରିଥିଲେ । ମୁଖ୍ୟ ବକ୍ତା ଭାବରେ କାହ୍ନୁ ଚରଣ ଦାସ ଓ ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ପଦ୍ମଜା ଦାସ ଯୋଗଦାନ କରିଥିଲେ । ସେହିପରି ଅଧ୍ୟାପକ ଡଃ କ୍ଷୀରୋଦ କୁମାର ସାହୁ, ଅଧ୍ୟାପକ କିଶୋର ଚନ୍ଦ୍ର ଦାସ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିଲେ । ବାଙ୍କୀ କେଦ୍ରର ନିର୍ଦ୍ଦେଶକ ଦେବୀଦତ୍ତ ବିଭୁତିରାୟ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ସାଂପ୍ରତିକ ସମୟରେ କମ୍ପୁଟର ଶିକ୍ଷାର ଆବଶ୍ୟକତା ସମ୍ପର୍କରେ ବକ୍ତବ୍ଯ ପ୍ରଦାନ କରିଥିଲେ । ଅନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବା ସହ , ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ମାନପତ୍ର ଓ ପଦକ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ସମେତ ସମସ୍ତ କର୍ମଚାରୀ ସୂଚାରୁ ରୂପେ ପରିଚାଳନା କରିଥିଲେ । ସର୍ବ ଶେଷରେ ନାରାୟଣ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ ।
ଓଡିଶା କମ୍ପୁଟର ଏକାଡେମୀ ର ବାର୍ଷିକୋତ୍ସବ ଅନୁଷ୍ଠିତ !!!

