ଆଗକୁ ଆସୁଛି ରାକ୍ଷୀ ପୂର୍ଣ୍ଣିମା : ବାଲୁଗାଁ – ବାଣପୁର ର ସମସ୍ତ ରାକ୍ଷୀ ଷ୍ଟଲରେ ଜମୁଛି ଭିଡ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର – ବାଲୁଗାଁ ଅଞ୍ଚଳରେ ରାକ୍ଷୀ ଦୋକାନରେ ବଢ଼ିବାରେ ଲାଗିଛି ଭିଡ . ଆଗକୁ ଆସୁଛି ଭାଇ ଭଉଣୀର ପବିତ୍ର ସମ୍ପର୍କର ରକ୍ଷା ବନ୍ଧନ । ରାକ୍ଷୀ ଦୋକାନ ମାନଙ୍କରେ ଭିଡ଼ ଜମୁଥିବାର ଦେଖିବାକୁ ମିଳିଛି । ହିନ୍ଦୁ ଧର୍ମରେ ରାକ୍ଷୀ ପୂର୍ଣ୍ଣିମା ହେଉଛି ଏକ ମୁଖ୍ୟ ପର୍ବ । ଭାଇ ଭଉଣୀଙ୍କ ମଧ୍ୟରେ ଥିବା ପବିତ୍ର ପ୍ରେମ, ସ୍ନେହ ଶ୍ରଦ୍ଧା ଏବଂ ବିଶ୍ୱାସର ପ୍ରତୀକ ହେଉଛି ରାକ୍ଷୀ , ଗୋଟେ ଭଉଣୀ ତା ଭାଇ ହାତରେ ରାକ୍ଷୀ ବାନ୍ଧି ଥାଏ । ଏହି ପରିପ୍ରେକ୍ଷୀରେ ବାଣପୁର – ବାଲୁଗାଁର ବିଭିନ୍ନ ଛକ ମାନଙ୍କରେ ବ୍ୟବସାୟୀ ମାନେ ରାକ୍ଷୀ ଷ୍ଟଲ୍ କରି ରାକ୍ଷୀ ବ୍ୟବସାୟ କରୁଥିବାର ଦେଖିବାକୁ ମିଳିଛି । କୋଭିଡ କଟକଣାର ଦୁଇବର୍ଷ ପରେ ଚଳିତ ବର୍ଷ ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ରାକ୍ଷୀ ବ୍ୟବସାୟୀ ମାନେ ଭଲ ବ୍ୟବସାୟ କରିବେ ବୋଲି କହିଛନ୍ତି । ୫ ଟଙ୍କାରୁ ଆରମ୍ଭ କରି ୯୦୦ ଟଙ୍କା ପର୍ଯ୍ୟନ୍ତ ରାକ୍ଷୀ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ଚେନ, ବ୍ରେସଲେଟ , ଷ୍ଟୋନ, ସୂତା ଏମିତି ଅନେକ ନୂଆ ନୂଆ ଭେରାଇଟ ର ରାକ୍ଷୀ ବଜାରରେ ମିଳୁଛି।

Leave a Reply

Your email address will not be published. Required fields are marked *