ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଆମ ଆଦମୀ ପାର୍ଟି ଗଜପତି ଜିଲ୍ଲା ତରଫରୁ ମୋହନା ବ୍ଲକ ଅନ୍ତର୍ଗତ ବିରିକୋଟ ଠାରେ ଜନ ସଚେତନ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆପ୍ ଓଡ଼ିଶା ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ମୂଖ୍ୟ ଅତିଥି ଭାବେ ଯୋଗଦେଇ ଗଜପତି ଜିଲ୍ଲା ପ୍ରତି ରାଜ୍ୟ ସରକାର ଅବହେଳା କରୁଥିବା ଏବଂ ଆଦିବାସୀ ଅଧ୍ୟୁଷିତ ଏହି ଜିଲ୍ଲାର ଦୁର୍ଗମ ଗ୍ରାମାଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି ଓ ଗମନାଗମନ ଭଳି ମୌଳିକ ସୁବିଧା ପହଞ୍ଚି ପାରି ନଥିବା ନେଇ ଉଦବେଗ ପ୍ରକାଶ କରିଥିଲେ ! ଓଡ଼ିଶାରେ ଆପ୍ ସରକାରକୁ ଆସିଲେ ଦିଲ୍ଲୀ ଓ ପଞ୍ଜାବ ଭଳି ମାଗଣା ବିଜୁଳି, ବିଶୁଦ୍ଧ ପାନୀୟ ଜଳ, ମହିଳାଙ୍କ ପାଇଁ ସୁବିଧା, ଗୁଣାତ୍ମକ ଶିକ୍ଷା ଓ ସ୍ବାସ୍ଥ୍ୟସେବା ଯୋଗାଇ ଦେବେ ବୋଲି କହିଥିଲେ । ସେହିପରି ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତ ଆଗାମୀ ଦିନରେ ମୋହନା ବିଧାନସଭା ନିର୍ବାଚନ ମଣ୍ଡଳୀରେ ସଙ୍ଗଠନ ମଜଭୁତ କରିବା ସହିତ ସ୍ଥାନୀୟ ସମସ୍ୟା ସମାଧାନ ପାଇଁ ଲଢେଇ କରାଯିବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମ ରାଜେଶ କୁମାର ବେହେରା ଓ ବ୍ରହ୍ମପୁର ଲୋକସଭା ସଙ୍ଗଠକ ସୁଜୋୟ ଆଚାର୍ଯ୍ୟ ଆୟୋଜନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ପାଷ୍ଟର ଖ୍ରିଷ୍ଟ ସୋଲୋମନ, ଗଞ୍ଜାମ ଜିଲ୍ଲା ଆବାହକ ସୁବାସ ଚନ୍ଦ୍ର ରାଉତ, ଗଞ୍ଜାମ ଜିଲ୍ଲା ସମ୍ପାଦକ ଆଦିତ୍ୟ ରଥ, ମୋହନା ଅଞ୍ଚଳର ବରିଷ୍ଠ ଆଇନଜୀବି ଦୁର୍ଯ୍ୟୋଧନ ବରାଡ ଯୋଗ ଦେଇଥିଲେ । ନୂଆଗଡ ବ୍ଲକ ଆବାହକ ଯୋସିୟ ରାଇକା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ପାଷ୍ଟର ଜନ୍ ମଲ୍ଲିକ, ଲାଜାର ମାଝୀ ପ୍ରମୁଖ ସହଯୋଗ କରିଥିଲେ ।
ଆମ୍ ଆଦମୀ ପାର୍ଟି ଗଜପତି ତରଫରୁ ଜନ ସଚେତନତା କାର୍ଯ୍ୟକ୍ରମ !!!

