ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ କୁଶପଲ୍ଲା ଗ୍ରାମରେ ୩୨୯ ଏକର ଜମି , ଇଡକୋ କମ୍ପାନୀ ଅଧିଗ୍ରହଣ କରିଥିବାରୁ ଗ୍ରାମବାସୀ ମାନେ ଏକତ୍ରିତ ହୋଇ ଏହାକୁ ବିରୋଧ କରି ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି ! ସୂଚନା ଥାଉକି ଏହି ଜମିରେ କାଜୁ , କେନ୍ଦୁ ଓ ବିଭିନ୍ନ ପ୍ରଜାତିର ଗଛ ରହି ପରିବେଶ ସୁରକ୍ଷା କରିବା ସହ ଆଦିବାସୀ ସମ୍ପ୍ରଦାୟର ଲୋକମାନଙ୍କୁ ଜୀବନ ଜୀବିକା ଯୋଗାଇ ଆସୁଅଛି । ଆଦିବାସୀ ଲୋକ ମାନଙ୍କୁ ଇଆରଜିପି ଯୋଜନାରେ ଗରିବ ଲୋକମାନଙ୍କୁ କାଜୁ ବଗିଚା ସୃଷ୍ଟି କରି ଯୋଗାଇଦିଆ ଯାଇଥିଲା । ବିକ୍ଷୋଭ ସଭାରେ ଖୋର୍ଦ୍ଧାର ପୂର୍ବତନ ବିଧାୟକ ଦିଲ୍ଲୀପ ଶ୍ରୀଚନ୍ଦନ, କୁଶପଲ୍ଲା ଗ୍ରାମ୍ୟ କମିଟିର ସଭାପତି ମହମ୍ମଦ ମୋହିଉଦିନ ଅହମ୍ମଦଙ୍କ ସମେତ ଗ୍ରାମବାସୀ ମାନେ ଯୋଗ ଦେଇ ବିରୋଧ କରିଥିଲେ ।