ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନାମରେ ଜାତିଗତ ଆକ୍ଷେପ ନେଇ ଆସିଲା ଅଭିଯୋଗ ! ଖୋର୍ଦ୍ଧା ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଭାବେ କାର୍ଯ୍ୟ କରୁଥିବା ହେମନ୍ତ କୁମାର ଭୋଇଙ୍କ ପତ୍ନୀ ସବିତା ନାୟକ । ସବିତାଙ୍କ ସ୍ୱାମୀଙ୍କୁ ଜିଲ୍ଲାପାଳ ମାନସିକ ନିର୍ଯ୍ୟାତନା ଦେଉଥିବାର ଲିଖିତ ଅଭିଯୋଗ ଆଦର୍ଶ ଥାନାରେ କରିଛନ୍ତି । ସବୁ ସମୟରେ ଜିଲ୍ଲାପାଳ ଜାତିଆଣ ଆକ୍ଷେପ ସହିତ ଗାଳି ଗୁଲଜ କରିବା , ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିବର୍ତ୍ତେ ବାସଭବନରେ ମାଳି ଓ ରୋଷେଇଆକୁ ଜଗିବା କାର୍ଯ୍ୟରେ ଲଗାଇଥିବାର ଅଭିଯୋଗ କରିଛନ୍ତି। । ସବିତାଙ୍କ ଅଭିଯୋଗ ଅନୁଯାଇ ତାଙ୍କ ସ୍ୱାମୀ ବର୍ତ୍ତମାନ ମାନସିକ ଓ ଶାରିରୀକ ସ୍ତରରେ ଅସୁସ୍ଥ ଥିବାରୁ ଚିକିତ୍ସାଳୟକୁ ଯାଇ ଚିକିତ୍ସିତ ହୋଇଛନ୍ତି । ଯଦି ମୋର ସ୍ୱାମୀଙ୍କର କିଛି ହୁଏ ସେଥିପାଇଁ ଜିଲ୍ଲାପାଳ ହିଁ ଦାୟୀ ରହିବେ ବୋଲି ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ଏହି ଅଭିଯୋଗ ପରେ ସ୍ଥାନୀୟ ଏସଡ଼ିପିଓ , ଥାନା ଅଧିକାରୀ, ପିଡ଼ି ଡିଆରଡିଏ, ଖୋର୍ଦ୍ଧା ଉପ-ଜିଲ୍ଲାପାଳ ପ୍ରମୁଖ ଆଦର୍ଶ ଥାନାରେ ପହଁଚି ଘଟଣାକୁ ଅନୁସନ୍ଧାନ କରିବା ସହିତ କେଉଁ ପରିସ୍ଥିତିରେ ଏଭଳି ଅଭିଯୋଗ ହୋଇଛି ତାହାର ତର୍ଜମା କରିଛନ୍ତି । ଏହି ଘଟଣା ଖୋର୍ଦ୍ଧା ରେ ଏବେ ଆଲୋଚନା ର ବିଷୟ ହୋଇଥିବା ବେଳେ , ଘଟଣା ର ସଠିକ ରହସ୍ୟ ବାହାରିବା ନେଇ ଲୋକେ ଚାହିଁ ବସିଛନ୍ତି ।