ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : କିଛି ଦିନ ତଳେ ଜଣେ କଲେଜ ଛାତ୍ରୀ ଙ୍କୁ ଭୟାନକ ରାଗିଙ୍ଗ ଘଟଣା ସାରା ରାଜ୍ୟ ରେ ଚହଳ ସୃଷ୍ଟି କରି ଅଭିଯୁକ୍ତ କୋର୍ଟ ଫରୱାର୍ଡ ହେଇଥିବା ବେଳେ ପୁଣି ନୟାଗଡ଼ ଜିଲ୍ଲା ର ଏକ କଲେଜ ପରିସର କିଛି ସମୟ ପାଇଁ ରଣକ୍ଷେତ୍ର ପାଲଟିଥିବା ଭିଡିଓ ସୋସିଆଲ ମିଡିଆରେ ମୋବାଇଲ ରୁ ମୋବାଇଲ କୁ ଘୁରି ବୁଲୁଛି | ମିଳିଥିବା ଖବର ଅନୁସାରେ ନୟାଗଡ଼ ସଦରଥାନା ଅନ୍ତର୍ଗତ ମାଳିସାହି ଗତିଶ୍ୱର କଲେଜ ଫାଟକ ଆଗରେ କିଛି ଅସାମାଜିକ ଯୁବକ ଙ୍କ ସହ କଲେଜ ଛାତ୍ର ଙ୍କ ମଧ୍ୟରେ ଠେଙ୍ଗା, ବାଡ଼ି ସାହାଯ୍ୟ ରେ ଭୟଙ୍କର ଗଣ୍ଡଗୋଳ ହେଉଥିବା ଜଣାପଡିଛି | ଦୁଇ ଦିନ ପୂର୍ବରୁ ଏକ ଛାତ୍ରୀ କୁ ନେଇ କିଛି ଅଶ୍ଳୀଳ ଇଂଗିତ କରି କଲେଜ ଆସୁଥିବା କିଛି ଛାତ୍ର ଙ୍କ ମଧ୍ୟରେ ଯୁକ୍ତି ତର୍କ ସହ ମାରାପିଟ ହୋଇଥିଲା ! ହେଲେ ରାଗ ସେତିକି ରେ ଶାନ୍ତ ହୋଇନଥିଲା , ଫଳରେ ପୁନଶ୍ଚ ଉକ୍ତ ଛାତ୍ର ମାନେ ନିଜ ନିଜ ଗ୍ରାମ ରୁ କିଛି ଅସାମାଜିକ ଯୁବକ ମାନଙ୍କୁ ଡାକି ଆଣି ଭୟଙ୍କର ଗଣ୍ଡଗୋଳ କରିଥିଲେ | ଯାହା ଫଳରେ କଲେଜ ପରିସର କିଛି ସମୟ ପାଇଁ ରଣ କ୍ଷେତ୍ର ପାଲଟିଲା | ଠେଙ୍ଗା ବାଡ଼ି ରେ କମ୍ପିଲା ଅଞ୍ଚଳ | ଏପରିକି ତା ଭିତରେ ପଶି ଉଭୟ ଙ୍କୁ ଛଡ଼ାଇବା ସମ୍ଭବ ନଥିଲା |

ପରେ ଖବର ପାଇଁ ମାଳିସାହି ଫାଣ୍ଡି ଅଧିକାରୀ ରାଜେନ୍ଦ୍ର କଅଁର ଘଟଣା ସ୍ଥଳ ରେ ପହଞ୍ଚିଥିଲେ , ହେଲେ ସେତେବେଳ କୁ ଅଭିଯୁକ୍ତ ମାନେ ଚମ୍ପଟ ମାରିଥିଲେ ! ତେବେ ଏଭଳି ଗଣ୍ଡଗୋଳ ଦେଖିଲା ପରେ ଅଭିଭାବକ ମାନେ ଛାତ୍ର ଛାତ୍ରୀ ଙ୍କୁ କଲେଜ ଛାଡ଼ିବା ପାଇଁ ସୁରକ୍ଷିତ ମାନେ କରୁନାହାନ୍ତି | ଅନ୍ୟ ପକ୍ଷେ ଉକ୍ତ କଲେଜ ରେ ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ସାମାଜିକ ବ୍ୟବହାର କୋଠରୀ ( କମନରୁମ ) ନଥିବା ବାରମ୍ବାର ଅଭିଯୋଗ ହେଉଥିଲେ ସୁଦ୍ଧା ଏଥି ପ୍ରତି କଲେଜ ଅଧକ୍ଷ କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି | ଫଳରେ ଛାତ୍ର ଛାତ୍ରୀ ବାହାରେ ବୁଲିବାକୁ ବାଧ୍ୟ୍ୟ ହେଉଛନ୍ତି , ଯାହା କାରଣରୁ ଅସାମାଜିକ ଯୁବକ ମାନେ ଏଭଳି ଆତଙ୍କ ରାଜ କରୁଛନ୍ତି | ତେବେ ଏହି ଛାତ୍ର ଗୁଡିକ ମହାବିଦ୍ୟାଳୟ ର ଯୁକ୍ତ ତିନି ର ବୋଲି ଡ୍ରେସ କୋଡ଼ ରୁ ଜଣାପଡିଛି | ଏନେଇ ମାଳିସାହି ଫାଣ୍ଡି ଅଧିକାରୀ ରାଜେନ୍ଦ୍ର କଅଁର କହିଛନ୍ତି ଆମେ ଯାଇଥିଲୁ ଘଟଣା ସ୍ଥଳକୁ , କିଛି ପିଲା ହୋ ହାଲା ହଉଛନ୍ତି ! ତେବେ ଭାଇରଲ ଭିଡିଓ ରୁ ଉକ୍ତ ଅସାମାଜିକ ଯୁବକ ଙ୍କୁ ଚି଼ହ୍ନଟ କରି ଦୃଢ କାର୍ଯାନୁଷ୍ଠାନ ନେବା ସହ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ତୁରନ୍ତ ଏକ କମନ ରୁମ ଦେବା ପାଇଁ ଅଞ୍ଚଳବାସି ଦାବି କରିଛନ୍ତି !

