ଲକ ଡାଉନ ରେ ଚୋରାରେ ମଦ କିଣୁଥିଲେ ସାବଧାନ !! ମଦ ବୋତଲ ଭିତରେ କଙ୍କଡା ବିଛା !!!

0
338

ବାଙ୍କୀ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କରୋନା ମହାମାରୀ ସଂକ୍ରମଣ ଏବଂ ତାଲାବନ୍ଦ କଟକଣା ସାଧାରଣ ଲୋକଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରି ସର୍ବନାଶ ଆଣିଥିବା ବେଳେ କିଛି ଚୋରା ନିଶା ମାଫିଆଙ୍କ ପାଇଁ ଆଣିଦେଇଛି ପୁଷମାସ . ଲକ ଡାଉନ ସଟ ଡାଉନ ସମୟରେ ସ୍ଵିକୃତୀପ୍ରାପ୍ତ ମଦ ଦୋକାନ ବନ୍ଦ ରହୁଥିବା ସମୟରେ ଚୋରା ମଦ କାରବାର ବେଶ ଜମୁଛି . ଅବକାରୀ ବିଭାଗଠୁ ଆରମ୍ଭ କରି ସ୍ଥାନୀୟ ଥାନା ଫାଣ୍ଡିକୁ ମୋଟା ଅଙ୍କର ଚାନ୍ଦା ଦେଇ କିଛି ଚୋରା ମଦ ବେପାରୀ ବେଧଡକ ନିଶା କାରବାର ଚଳାଇଛନ୍ତି . କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ ନିଶା ମାଫିଆ ବେଶ ସକ୍ରିୟ ଥିବା ସମୟରେ ମଦ ବୋତଲ ଭିତରୁ କଙ୍କଡା ବିଛା ବାହାରିବା ଘଟଣା ମଦୁଆଙ୍କୁ ବେଶ ଚିନ୍ତାରେ ପକାଇଛି .

ଏପରି ଘଟଣା ସାମନାକୁ ଆସିଛି , ବୈଦେଶ୍ଵର ଥାନା ଅଧିନସ୍ଥ କଳାପଥର ଅଞ୍ଚଳରେ . 180 ମିଲି ର ଏକ ରମ ବୋତଲ ଭିତରେ କଙ୍କଡା ବିଛା ଥିବାର ଦେଖି ଗ୍ରାହକଙ୍କ ହୋସ ଉଡି ଯାଇଥିଲା . ବୋତଲର ମୁଁହରେ କମ୍ପାନୀ ସିଲ ଥିବା ସମୟରେ ଭିତରେ କଙ୍କଡା ବିଛା ରହିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି .

LEAVE A REPLY

Please enter your comment!
Please enter your name here