୪୨ମୌଜାରେ ଚାଷ ଜମିରୁ ଜଳ ନିଷ୍କାସନ ସମସ୍ୟା ସମାଧାନ ନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ସ୍ଥାନୀୟ ବାସିନ୍ଦା ।

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ସଦର ୪୨ ମୌଜ଼ା ଉପକଣ୍ଠ ୧୦ଖଣ୍ଡ ମୌଜାର ୨୦୦ ଏକର ଚାଷଜମି ଜଳବନ୍ଦି ସମସ୍ୟା ମଧ୍ୟରେ ଥିବାବେଳେ ବେଣ୍ଟକାର ଓ ଝାରକଟା ପଞ୍ଚାୟତରେ ଥିବା ଶହ ଶହ ଏକର ଚାଷ ଜମିରୁ ଜଳ ନିଷ୍କାସନ ପାଈଁ ୪୨ ମୌଜା ମୁଖ୍ୟ ରାସ୍ତା ବେଣ୍ଟକାର କଣ୍ଟୁଣିଆ ଠାରେ ପ୍ଳଟନଂ.୧୫୩୮ ବେଣ୍ଟକାର ଗ୍ରାମର କଣ୍ଟୁଣିଆ ଶେଷଭାଗ ଏବଂ କଳପଡା ମୌଜାର ଆରମ୍ଭ ପ୍ଳଟନଂ.୨୦୩୭ ଗ୍ରାମ ଗୋବିନ୍ଦପୁର ମୁଖ୍ୟରାସ୍ତା ପାଖରେ ୪ ଫୁଟର ଏକ ପୋଲ ଅଛି . ଏହି ପୋଲ ଦ୍ୱାରା ବେଣ୍ଟକାର, ଶିଶୁଆ, ଝାରକଟା, ଗୋବିନ୍ଦପୁର ଓ ଶ୍ରୀରାମ ଗହିରରେ ଥିବା ଚାଷ ଜମିରୁ ଜଳ ନିଷ୍କାସନ ହୋଇ ମଲିଆକୁ ଯାଇଥାଏ . ତେବେ କିଛିଦିନ ହେବ ପ୍ଳଟନଂ ୨୦୩୬ ଓ ୨୦୩୭ ରେ ତଥା ପୋଲ ଓ ସରହଦକୁ ଜବଦଖଲ ଜବରଦଖଲ କରାଯିବା ଦ୍ୱାରା ଏହି ୧୦ ଖଣ୍ଡ ମୌଜାର ଚାଷଜମି ପାଣି ବନ୍ଦି ହୋଇ ଫସଲ ନଷ୍ଟ ହବାର ଆଶଙ୍କା ରହିଛି । ଏହି ଜବରଦଖଲକୁ ତୁରନ୍ତ ଉଛେଦ କରାଯିବାକୁ ବେଣ୍ଟକାର, ଝାରକଟା ପଞ୍ଚାୟତର ଗ୍ରାମବାସୀ ବୃନ୍ଦ ପତ୍ର ମାଧ୍ୟମରେ ମାନ୍ୟବର ଜିଲ୍ଲାପାଳ, ତହସିଲଦାର ଓ ଜିଲ୍ଲା କୃଷି ଅଧିକାରୀଙ୍କୁ ସମସ୍ୟାର ପାଇଁ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *