କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ବିନୀ କୁମାର ଦେବତା : ଅନୁଗୋଳ ଜିଲ୍ଲା ସମଲ ଥାନା ଅନ୍ତର୍ଗତ ବିକିସର ଗ୍ରାମ ମୁଣ୍ଡା ହଟିଙ୍ଗରେ ଶନିବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଛପର ଘର ପୋଡି ନଷ୍ଟ ହୋଇଯାଇଛି । ସନ୍ଧ୍ୟା ୮ ଟା ସମୟରେ ନିଆଁ ଲାଗିବା ଦେଖି ସ୍ଥାନୀୟ ଲୋକମାନେ ନିଆଁ ଲିଭାଇବାକୁ ଉଦ୍ୟମ କରିବା ସହ କଣିହାଁ ଦମକଳ ବାହିନୀକୁ ଖବର ଦେଇଥିଲେ ! ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଏଥିରେ ସୁଶୀଳା ଚମ୍ପିଆ ଓ ଅନ୍ୟ ଜଣକ ଘର ସମ୍ପୂର୍ଣ୍ଣ ପୋଡି ଯାଇଛି । ଏଥିରେ ତାଙ୍କର ନଗଦ ଟଙ୍କା, ଖାଦ୍ୟ ସାମଗ୍ରୀ ଓ ଅନ୍ୟାନ୍ୟ ଆସବାବପତ୍ର ସହ ପ୍ରାୟ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡିଯାଇଛି ।
ବିକିସର ଗ୍ରାମ ମୁଣ୍ଡା ହଟିଙ୍ଗରେ ଅଗ୍ନିକାଣ୍ଡ !!!

