ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଥିବା ରୋଗୀ ବ୍ୟବସ୍ଥା କୁ କେବେ ନିଜେ ପରଖି ଦେଖିଛନ୍ତି କି ବାଙ୍କୀ ବିଧାୟକ ! ନା ନିଜର ପ୍ରଚାର ପାଇଁ କେବଳ ବ୍ୟାନର ପୋଷ୍ଟର ରେ ସୀମିତ ରହିଛି ଏହି ଦୁଇଟି ଶବ୍ଦ – ସ୍ୱଚ୍ଛ ବାଙ୍କୀ , ସୁସ୍ଥ ବାଙ୍କୀ ! ସୁଚନା ଅନୁଯାୟୀ ଗତ ୨୫ ତାରିଖ ସନ୍ଧ୍ୟା ୮ ଘଟିକା ସମୟରେ ଶିମିଳିପୁର ପଞ୍ଚାୟତ ର ପ୍ରଦିପ କୁମାର ନାୟକ ( ବୟସ ୪୨ ବର୍ଷ ) ଦୁର୍ଘଟଣା ପରେ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟକୁ ଆସିଥିଲେ ! ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରି ଶବ ବ୍ୟବଚ୍ଛେଦ ପାଇଁ ରଖିଥିଲେ ! କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏଠାରେ କୌଣସି ଡାକ୍ତର ନଥିବାରୁ ଶବ ବ୍ୟବଚ୍ଛେଦ ହେବାକୁ ୨୦ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ବିତି ଯାଇଥିଲା । ଏହି ଘଟଣାକୁ ନେଇ କିଛି ସମୟ ଉତ୍ତେଜନା ହେବା ପରେ ଡିୟୁଟି ରେ ଥିବା ଏକ ମାତ୍ର ମହିଳା ଡାକ୍ତର ପ୍ରଥମେ ମନା କରି ପରେ ବ୍ୟବଛେଦ କରିବା ରାଜି ହୋଇ ଆସିଥିଲେ । ଏହି ସମ୍ପର୍କରେ ଚିକିତ୍ସାଳୟର ଅଧିକାରୀ ଙ୍କ ସହ ଯୋଗାଯୋଗ କରିବାରୁ ସେ ଫୋନ ଉଠାଇ ନଥିଲେ । ତେବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ଏହି ଘଟଣା ! କେବେ ବଦଳିବ ବାଙ୍କୀ ମେଡିକାଲ ର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ?? ପୂର୍ବତନ ବାଙ୍କୀ ବିଧାୟକ ଙ୍କର ସବୁଜ ବାଙ୍କୀ , ସମୃଦ୍ଧ ବାଙ୍କୀ ନାରା ରେ ଆଉ ଦୁଇଟି ଶବ୍ଦ ଯୋଡ଼ିଛନ୍ତି ଏବେର ବିଧାୟକ ! ସ୍ୱଚ୍ଛ ବାଙ୍କୀ , ସୁସ୍ଥ ବାଙ୍କୀ ! ହେଲେ ବାଙ୍କୀ ଡାକ୍ତରଖାନାରେ ଘଟୁଥିବା ଏପରି ଘଟଣା ବିଧାୟକଙ୍କ ସ୍ଲୋଗାନ ଆଉ ପାରିବା ପଣିଆ ଉପରେ ସୃଷ୍ଟି କରୁଛି ପ୍ରଶ୍ନବାଚୀ !
” ସ୍ୱଛ ବାଙ୍କୀ ସୁସ୍ଥ ବାଙ୍କୀ ” ର ନାରା ଦେଉଥିବା ବାଙ୍କୀ ବିଧାୟକ ଧ୍ୟାନ ଦେବେକି ???

