ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ଓଡ଼ିଶାରେ ପ୍ରଥମ ଥର ପାଇଁ ଗତକାଲି ଠାରୁ ଡ଼ି.ସି. ହସ୍ତଶିଳ୍ପ ଭୁବନେଶ୍ୱର ତରଫରୁ ପ୍ରେରଣା ସ୍କୁଲ ରାୟଗଡ ପରିସରରେ ନେଚୁରାଳ ଫାଇବାର (ତୁମ୍ବl କ୍ରାଫ୍ଟ) ଉପରେ ଦୁଇ ମାସର ଏକ ମାଗଣାରେ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି l ରାୟଗଡ ଜିଲ୍ଲାର ୩୦ ଜଣ ଯୁବକ ଯୁବତୀଙ୍କ ପ୍ରଶିକ୍ଷଣ ନିମନ୍ତେ ବଛା ଯାଇ ତାଲିମ ପ୍ରଦାନ କରାଯାଉଛି l ଏଥିରେ ଲୋପ ପାଉଥିବା ପାରମ୍ପରିକ ଲାଉ ତୁମ୍ବାରେ କିପରି ଵ୍ୟଵହାର୍ଯ୍ୟ ଉପକରଣ ଓ ସୁନ୍ଦର ଘର ସଜା ସାମଗ୍ରୀ ପ୍ରସ୍ତୁତି ଉପରେ ଶିକ୍ଷା ଦିଆଯାଉଛି l ଏହି ଶିକ୍ଷା ପାଇଁ ଉପଯୁକ୍ତ ସମସ୍ତ ଟ୍ରେନିଂ ପିଲାଙ୍କୁ ମାସକୁ ୭୫୦୦ଟଙ୍କା ଲେଖାଏଁ ଷ୍ଟାଇପେଣ୍ଡ ଓ ସମସ୍ତ ଉପକରଣ ଓ ଦରକାରୀ ଜିନିଷ ମାଗଣାରେ ଯୋଗାଇ ଦିଆଯିବ l ଟ୍ରେନିଂ ନେଉଥିବା ସମସ୍ତ ପିଲାଙ୍କୁ ଭାରତ ସରକାରଙ୍କ ପକ୍ଷରୁ ପରିଚୟପତ୍ର ଦିଆଯିବ l ଯାହାଫଳରେ ଏମାନେ ସମସ୍ତ ପ୍ରକାର ସୁବିଧା ପାଇ ପାରିବେ ଯେମିତିକି ଲୋନ, ପ୍ରଦର୍ଶନୀରେ ଅଂଶଗ୍ରହଣ କରିବା ଓ ତାଲିମ ପାଇପାରିବେ l ଏହି ଟ୍ରେନିଂ କାର୍ଯ୍ୟକ୍ରମ ଭାରତ ସରକାରଙ୍କ ବୟନ ଶିଳ୍ପ ମନ୍ତ୍ରାଳୟ ଦ୍ୱାରା ପରିଚାଳିତ ହେଉଅଛି l ଏହି ଟ୍ରେନିଂ କାର୍ଯ୍ୟକ୍ରମ ରେ ମାଷ୍ଟର ଟ୍ରେନର ହିମାଂଶୁ ପାଣ୍ଡିଆ ପ୍ରଶିକ୍ଷଣ ଦେଉଛନ୍ତି l ଏହି ଟ୍ରେନିଂ ଶୁଭରମ୍ବ କାର୍ଯ୍ୟକ୍ରମ ରେ ଡ଼ି.ସି.ହେଣ୍ଡିକ୍ରଫ୍ଟ ଭୁବନେଶ୍ୱର ଙ୍କ ମାଷ୍ଟର ଡିଯାଇନର ରମାନୁଜମ ଵୈରଗଞ୍ଜନ, ଉଲ୍ଲାସ ଚନ୍ଦ୍ର ବେହେରା, ନିଳାlଞ୍ଚଳ ପ୍ରଧାନ ମୁଖ୍ୟ ପ୍ରବନ୍ଧକ ଭାରତୀୟ ଷ୍ଟେଟବ୍ୟାଙ୍କ, ରାୟଗଡ ଏବଂ ଅର୍ଚ୍ଚନା ପାଣିଗ୍ରାହୀ ଉପସ୍ଥିତ ରହି ସମସ୍ତ ଟ୍ରେନିଂ ଯୁବା ଶିଳ୍ପୀଙ୍କ ସରକାର ଙ୍କ ବିଭିନ୍ନ ମାର୍ଗ ଉପରେ ବୁଝାଇଥିଲେ ଓ କିପରି ଅସୁବିଧା ସମୟରେ ସରକାରୀ ସୁବିଧା ସୁଯୋଗ ପାଇପାରିବେ ସେ ସମ୍ପର୍କରେ ଆଲୋକପାତ କରି ପ୍ରୋତ୍ସାହିତ କରିଥିଲେ l
ଲାଉ ତୁମ୍ବା ହସ୍ତଶିଳ୍ପ ମାଗଣା ପ୍ରଶିକ୍ଷଣ ଶିବିର ଶୁଭାରମ୍ଭ !!!

