ବଡମ୍ବା ବାଲିଝରୀ ରେ ଉଦଘାଟନ ହେଲା ବିଜେପି ର କାର୍ଯ୍ୟାଳୟ ଗୃହ !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ଗୋପାଳ ଚନ୍ଦ୍ର ବେହେରା : ବଡମ୍ବା ବାଲିଝରୀ ରେ ଉଦଘାଟନ ହେଲା ବିଜେପି ର କାର୍ଯ୍ୟାଳୟ ଗୃହ ! କଟକ ଜିଲ୍ଲା ବଡମ୍ବା ନରସିଂହପୁର ନିର୍ବାଚନ ମଣ୍ଡଳୀ ରେ ସାଂସଦ ଓ ବିଧାୟକ ଙ୍କ କାର୍ଯ୍ୟାଳୟ ଗୃହ ଉଦଘାଟନ ଏବଂ ବିଜେପି ର ମିଶ୍ରଣ ପର୍ବ ! ଅଭିଯୋଗ ପାଇଁ ଆଉ ଜନତା ଙ୍କୁ ଯିବାକୁ ପଡିବନି ଭୁବନେଶ୍ୱର , ଲୋକଙ୍କ ସମସ୍ୟା ଗୁଡିକ ଶୁଣିବା ଏବଂ ତାହାର ସମାଧାନ କରିବା ନିମନ୍ତେ ବାଲିଝରୀ ମୁଖ୍ୟ ରାସ୍ତା ପାର୍ଶ୍ୱରେ ଉଦଘାଟିତ ହେଲା ବିଜେପି ର ସାଂସଦ ଏବଂ ବିଧାୟକ ଙ୍କ କାର୍ଯ୍ୟାଳୟ ଗୃହ ! ଏହାକୁ ଫିତା କାଟି ଉଦଘାଟନ କଲେ ବିଧାୟକ ବିଜୟ କୁମାର ଦଳ ବେହେରା, ଅତିଥି ଭାବରେ ବିଜେପି ରାଜ୍ୟ ସମ୍ପାଦକ ଶରଦା ଶତପଥୀ , ବଡମ୍ବା ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁପତି ମହାନ୍ତି, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ବିଭୁଦତ ପଟ୍ଟନାୟକ, ଆତ୍ମା ର ଅଧ୍ୟକ୍ଷ ମହେନ୍ଦ୍ର ପଢିଆରୀ ଯୋଗ ଦେଇଥିବା ସମୟରେ ମଞ୍ଚ ପରିଚାଳନା କରିଥିଲେ କଟକ ଜିଲ୍ଲା ସଭାପତି ରାମ ନାରାୟଣ ମହାନ୍ତି । ଏହି ଅବସର ରେ ଆୟୋଜିତ ମିଶ୍ରଣ ପର୍ଵ ରେ ବଡମ୍ବା – ନରସିଂହପୁର ଅଂଚଳର ବହୁ ବିଜେଡି ର ସରପଞ୍ଚ, ସମିତି ସଭ୍ୟ , ଅନେକ ଆଗଧାଡି ର ନେତା ବିଜେପି ଦଳରେ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ମିଶ୍ରଣ ପର୍ଵ କୁ ଦେଖିଲେ ଲାଗୁଥିଲା ବିଜେଡି ଗଡ଼ ଧୀରେ ଧୀରେ ଭାଙ୍ଗିବାରେ ଲାଗିଛି । ଆଗାମୀ ପଞ୍ଚାୟତ ନିର୍ବାଚନ ରେ ଏହାର ପ୍ରଭାବ ବୋଲି ରାଜନୀତି ସମୀକ୍ଷକ ଆଲୋଚନା କଲେଣି !

Leave a Reply

Your email address will not be published. Required fields are marked *