ଆଉ ନାହାନ୍ତି ଐତିହାସିକ ଡ଼ଃ ଏକାଦଶୀ ପାଢ଼ୀ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପ୍ରଚଣ୍ଡ ଧୀଶକ୍ତିର ଅଧିକାରୀ, ବର୍ଷିଆନ ଶିକ୍ଷାବିତ, ସୁ-ସାହିତ୍ୟିକ, ବାଗ୍ମୀ, ଶତାଧିକ ଓଡିଆ ସାହିତ୍ୟ ପୁସ୍ତକ ଓ ଐତିହାସିକ ଶୋଧପତ୍ରର ରଚୟିତା ତଥା ଓଡିଶା ମାଟିର ଆଗଧାଡିର ଜଣାଶୁଣା ଐତିହାସିକ ଡ଼ଃ ଏକାଦଶୀ ପାଢ଼ୀ ଆଉ ଆମ ଗହଣରେ ନାହାନ୍ତି । ଭୁବନେଶ୍ୱରସ୍ଥିତ ସମ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଗତକାଲି ଦିବା ୧୨.୪୫ ସମୟରେ ସେ ଇହଧାମ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ତାଙ୍କ ମୃତ୍ୟୁ ଖବର ପାଇ ବିଭିନ୍ନ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି l ତାଙ୍କ ମୃତ୍ୟୁ ଖବର ପାଇ ଚିନ୍ମୟ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶ, ସରସ୍ୱତୀ ଗବେଷଣା ପ୍ରତିଷ୍ଠାନର ପ୍ରତିଷ୍ଠାତା ପ୍ରାଧ୍ୟାପକ ଡ଼ଃ ସଦାନନ୍ଦ ଦୀକ୍ଷିତଃ, ଶିଶୁ ସାହିତ୍ୟିକ ଧୀରେନ୍ଦ୍ର ମଲ୍ଲିକ, ବରିଷ୍ଠ ସାମ୍ବାଦିକ ଉମାକାନ୍ତ ଧଳ, ପଣ୍ଡିତ ଗୁଣନିଧି ଦାଶ, ରବୀନ୍ଦ୍ର ପୃଷ୍ଟି, ଖଗେଶ୍ୱର ଭଞ୍ଜ, ଧରଣୀଧର ମହାପାତ୍ର, ବାସୁଦେବ ମିଶ୍ର, ହରେରାମ ପଣ୍ଡା, ଡା. ଗୋପାଳ ଚନ୍ଦ୍ର ମିଶ୍ର, ଶିଶିର କୁମାର ପଣ୍ଡା, ସାହିତ୍ୟିକ ଭୁବନ ମୋହନ ମହାନ୍ତି, ଶିକ୍ଷାବିତ ଶ୍ରୀମତୀ ସଂଯୁକ୍ତା ମହାପାତ୍ର, ଶିକ୍ଷାବିତ ରମାକାନ୍ତ ଶତପଥି ,ସାମ୍ବାଦିକ ସୁରେଶ ଚନ୍ଦ୍ର କର ଆଦି ଗଭୀର ଶୋକ ପ୍ରକାଶ କରିବା ସହିତ ଆମର ଆତ୍ମାର ସଦଗତି କାମନା କରିଛନ୍ତି । ସ୍ୱର୍ଗତ ପାଢ଼ୀଙ୍କର ଅନ୍ତିମ ସଂସ୍କାର ତାଙ୍କ ନିଜ ଭିଟାମାଟି ତରାଙ୍ଗ ସାଗରପୁର ସ୍ଥିତ ଗାଁ ମଶାଣୀରେ ସମାପନ କରାଯାଇଛି । ଏଥିରେ ବହୁ ବ୍ୟକ୍ତି ଯୋଗଦାନ କରିଥିବାର ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *