ନାକ୍ ଟିମ୍ ର ଏସ କେ ସି ଜି କଲେଜ ପରିଦର୍ଶନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଓଡ଼ିଶାର ଦ୍ୱିତୀୟ ସର୍ଵ ପୁରାତନ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ 3 ଜଣିଆ ନାକ୍ ଟିମ ପରିଦର୍ଶନ କରିଛନ୍ତି । ଏହି ମହାବିଦ୍ୟାଳୟ କୁ ପରିଦର୍ଶନ ପାଇଁ ଆର କେ ରାଓଙ୍କ ନେତୃତ୍ବରେ ଆସିଥିବା ଏହି ଟିମ୍ ରେ ପ୍ରଫେସର ଡକ୍ଟର ଅନୀଲ କୁମାର ଓଝା, ଡକ୍ଟର ଆର କିଟାପ୍ପା ଭାଇଥିୟାନାଥନ୍ ପ୍ରମୁଖ ସଦସ୍ୟ ରହିଛନ୍ତି । ସେମାନେ ପାରଳାଖେମୁଣ୍ଡିରେ ପହଞ୍ଚି କଲେଜ ବୁଲି ଦେଖିବା ସହ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ରାଧାକାନ୍ତ ଭୂୟାଁ ଓ ବିଭିନ୍ନ ବିଭାଗର ମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି । ଏହାପରେ ମହାବିଦ୍ୟାଳୟ ର ପୁରାତନ ଛାତ୍ର ସଂସଦ ଓ ବର୍ତ୍ତମାନ ଅଧ୍ୟୟନ ରତ ଛାତ୍ର ଛାତ୍ରୀ ତଥା ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରିଛନ୍ତି । ଆଗାମୀ ଦିନରେ ମହାବିଦ୍ୟାଳୟର ଛାତ୍ରମାନଙ୍କୁ କ୍ୟାରିଅର କାଉନସିଲିଂ କରିବା,ବ୍ୟାଙ୍କିଙ୍ଗ ଚାକିରୀ ପାଇଁ କୋଚିଂ ଯୋଗାଇ ଦେବା, କ୍ରୀଡ଼ା କ୍ଷେତ୍ରରେ ପ୍ରଶିକ୍ଷଣ ପ୍ରଦାନ ପାଇଁ ସହଯୋଗ ଯୋଗାଇଦେବା ସମ୍ପର୍କରେ ପୁରାତନ ଛାତ୍ର ସଂସଦ ତରଫରୁ ଅବଗତ କରାଯାଇଛି । କାର୍ଯ୍ୟକାରୀ ସଭାପତି ନାସିର ବେଗ , ଉପ ସଭାନେତ୍ରୀ ଆଶାଲତା ପାଣିଗ୍ରାହୀ, ସମ୍ପାଦକ ଡକ୍ଟର ଶଙ୍କର ପ୍ରସାଦ ବକ୍ସି, ସଭ୍ୟ ବସନ୍ତ ପଣ୍ଡା, ରୂପେସ ସାହୁ, ହରି ମୋହନ ପଟ୍ଟନାୟକ, ଆଦର୍ଶ ଦାଶ, ଭଗବତ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ । ଓ ଏସ ଏ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ନାକ୍ ଟିମ୍ କୁ ଅବଗତ କରାଇଥିଲେ ।

Leave a Reply

Your email address will not be published. Required fields are marked *