ଉମରକୋଟ ( ଆୱାଜ ମିଡ଼ିଆ ) – ବିଜୟଲତା ପାଣିଗ୍ରାହୀ : ଏଟିମ୍ ସଟର ଭାଙ୍ଗି ଚୋରି ! କିଛି ଦିନ ପୂର୍ବେ ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ରେ ଗୋଟିଏ ଦିନରେ ଛଅଟି ଦୋକାନରେ ଚୋରି ହୋଇଥିଲା ! ସେହି ଚୋରି ରେ ନବରଙ୍ଗପୁର ରୁ ସନ୍ଧାନୀ କୁକୁର ଆସିଥିବା ବେଳେ ବର୍ତମାନ ପର୍ଯ୍ୟନ୍ତ ପୋଲିସ ସେହି ଚୋରି ର ତଦନ୍ତ କରୁଥିବା ବେଳେ ଗତକାଲି ରାତିରେ ଝରୀଗାଁ ବ୍ଲକ ଅନ୍ତର୍ଗତ ଉମରକୋଟ ପୋଲିସ ଅଧୀନରେ ଥିବା ଧୋଦ୍ରା ଗ୍ରାମର ମୁଖ୍ୟ ରାସ୍ତା ରେ ଥିବା ଏସ ବି ଆଇ ଶାଖାର ଏଟିଏମ ର ସଟର ଭାଙ୍ଗି ପ୍ରାୟ ତିରିଶ ଲକ୍ଷ ଟଙ୍କା ଚୋରି ହୋଇଥିବା ଜଣାଯାଇଛି ! ଚୋରି ବିଷୟରେ ସୂଚନା ପାଇ ଉମରକୋଟ ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବୁରୁଦା ନିଜର ପୋଲିସ ଟିମ ସହ ପହଞ୍ଚି ସମସ୍ତ ସିସି ଟିଭି କେମେରା ର ଯାଞ୍ଚ କରିବା ସହ ତଦନ୍ତ ଜାରି ରଖିଛନ୍ତି ! ଏଥି ସହ ଉକ୍ତ ଏଟିଏମ ରେ ଗୋଟିଏ ଚୌକିଦାର ରଖିବା ଆବଶ୍ୟକ ବୋଲି ଗ୍ରାମବାସୀ କହିଛନ୍ତି !
ଏସବିଆଇ ଶାଖା ର ଏଟିଏମ ର ସଟର ଭାଙ୍ଗି ଟଙ୍କା ଚୋରି !!!

