ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ପାଖ ହରିପୁର ଗ୍ରାମଦେଇ ଯାଇଥିବା ରାସ୍ତାପାର୍ଶ୍ୱରୁ ଏକ ସୁଟକେସ ଭିତରୁ ଜଣେ ଯୁବକଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଆଜି ଅପରାହ୍ନରେ ହରିପୁର ଗ୍ରାମକୁ ଯିବା ରାସ୍ତା ନିକଟରେ ଥିବା ଏକ ଜଙ୍ଗଲ ପାର୍ଶ୍ୱରୁ କିଛି ବ୍ୟକ୍ତି ଏକ ବନ୍ଦ ଥିବା ନୂଆ ସୁଟକେସ ପଡିଥିବାର ଦେଖି ସନ୍ଦେହ କରିଥିଲେ ଏବଂ ଏ ସମ୍ପର୍କରେ ସଙ୍ଗେ ସଙ୍ଗେ ନାଚୁଣୀ ଥାନାକୁ ଖବର ଦେଇଥିଲେ ! ନାଚୁଣୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁଟକେସଟିକୁ ଖୋଲିବା ପରେ ଏକ ଯୁବକର ମୃତ ରହିଥିବାର ଦେଖିଥିଲେ ! ଅଧିକ ତଦନ୍ତ ପାଇଁ ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ, ଡଗ ସ୍କୁଆଡ଼,ଖୋର୍ଦ୍ଧା ଆରକ୍ଷୀ ଅଧିକାରୀ ସିଦ୍ଧାର୍ଥ କଟlରିଆ,ଏସ ଡି ପି ଓ ମାନସ ରଞ୍ଜନ ବାରିକ ଓ ନାଚୁଣୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ବ କରିଛନ୍ତି । ପ୍ରାଥମିକ ତଦନ୍ତରୁ ଏହା ଯୋଜନା ବଦ୍ଧ ହତ୍ୟା ବୋଲି ପାରିପାର୍ଶ୍ଵିକ ସ୍ଥିତିରୁ ଅନୁମାନ କରାଯାଉଛି l ଏହି ଖବର ପ୍ରଘଟ ହେବା ପରେ ମୃତ ଯୁବକର ପରିବାର ଲୋକ ପହଞ୍ଚି ଶବ କୁ ଚି଼ହ୍ନଟ କରିଥିଲେ l ଯୁବକ ଜଣକ ନୟାଗଡ଼ ଜିଲ୍ଲା ରଣପୁର ନିକଟ ଲାଖପଡା ଗ୍ରାମର ମନୋରଞ୍ଜନ ମହାପାତ୍ର ବୋଲି ପରିଚୟ ମିଳିଛି । କିଛିଦିନ ହେଲା ସେ ଖୋର୍ଦ୍ଧା ଜିଲ୍ଲା ଚଣ୍ଡେଶ୍ୱରଠାରେ ନିଜର ସମ୍ପର୍କୀୟଙ୍କ ଘରେ ଆସି ରହୁଥିଲେ । ନିଜ ସମ୍ପର୍କୀୟଙ୍କ ଘରଠାରୁ ମନୋରଞ୍ଜନ କିପରି ହରିପୁର ନିକଟ ଜଙ୍ଗଲକୁ ଗଲେ ଏବଂ ତାଙ୍କୁ କିଏ ହତ୍ୟା କରି ଏକ ବନ୍ଦ ସୁଟକେସରେ ରଖି ହରିପୁର ଗ୍ରାମ ନିକଟ ଜଙ୍ଗଲରେ ପକେଇଛି ତାହା ସମ୍ପୂର୍ଣ୍ଣ ରୂପେ ସନ୍ଦେହ ସୃଷ୍ଟି କରିଛି ! ମୃତ ଯୁବକର ସ୍ତ୍ରୀ ଗଣମାଧ୍ୟମ ଆଗରେ କହିଥିଲେ ଯେ , ତାଙ୍କ ସ୍ଵାମୀ ସୋସିଆଲ ମିଡିଆରେ ଏକ ଆକାଉଣ୍ଟ ଖୋଲି ନିଜ ଗ୍ରାମର ସମସ୍ୟା କୁ ନେଇକି କଟୁ ମନ୍ତବ୍ୟ ଦେଉଥିଲେ ଆଉ ରାତି ପାହିଲେ ନୂଆ କାର କିଣା ହେଇଥାଆନ୍ତା ବୋଲି କହୁଥିଲେ । ତାଙ୍କ ସ୍ୱାମୀଙ୍କ ର ଅନେକ ଶତ୍ରୁ ଅଛନ୍ତି ବୋଲି ତାଙ୍କ ସ୍ତ୍ରୀ କହିଥିଲେ । ଏପରି ଘଟଣା ଏହି ଅଞ୍ଚଳ ପାଇଁ ନୂଆ ବୋଲି ସ୍ଥାନୀୟ ବାସିନ୍ଦା କହିଥିବା ବେଳେ ନାଚୁଣୀ ଅଞ୍ଚଳରେ ଏ ଘଟଣାକୁ ନେଇ ଏକ ଭୟର ବାତାବରଣ ସୃଷ୍ଟି ହୋଇଥିବାର ଦେଖିବାକୁ ମିଳିଛି । ମୃତଦେହକୁ ଉଦ୍ଧାର କରିବା ସହ ସବୁ ଦିଗରୁ ତଦନ୍ତ ଜାରି ରହିଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି l କିଏ ଓ କାହିଁକି ଏପରି ଜଣଙ୍କୁ ମାରି ସୁଟକେସ ଭିତରେ ଭର୍ତି କରି ଜଙ୍ଗଲ ମଧ୍ୟକୁ ଫୋଫାଡି ଦେବା ତାହା ଏବେ ସମସ୍ତଙ୍କ ମନରେ ଦ୍ଵନ୍ଦ ସୃଷ୍ଟି କରିଛି ।
ନାଚୁଣୀ ହରିପୁର ଜଙ୍ଗଲରେ ସୁଟକେସ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର !!!

