ବିପଦ ସଂକୁଳ ଅବସ୍ଥାରେ ମନ୍ଦାକିନୀ ସେତୁ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ସେତୁ ପାଲଟିଛି ମରଣଯନ୍ତା, ବିପଦକୁ ଡାକୁଛି ମନ୍ଦାକିନୀ ସେତୁ ! ବିପଦ ସଂକୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି ଲୋକେ l ଏହି ଦୃଶ୍ୟ ହେଉଛି ନୟାଗଡ ଜ଼ିଲ୍ଲା ରଣପୁର ଠାରେ ଥିବା ମନ୍ଦାକିନୀ ସେତୁର l ଏହି ପୋଲ ଟି 55 ନଂ ଜାତୀୟ ରାଜପଥ ଏବଂ 16 ନଂ ଜାତୀୟ ରାଜପଥ କୁ ସଂଯୋଗ କରୁଥିବା ବେଳେ ପ୍ରତିଦିନ ଏହି ରାସ୍ତା ଦେଇ ଶହ ଶହ ସଂଖକ ଭାରୀଯାନ ଯାତାୟାତ କରିଥାଏ l ପୋଲର ତଳ ଅଂଶ ଫାଟି ଆଁ କରିଥିବା ବେଳେ ମଝି ଵିମରେ ମଧ୍ୟ ଫାଟ ସୃଷ୍ଟି ହୋଇଛି l ତେବେ ଦୁର୍ବଳ ପୋଲ ଉପରେ ପ୍ରତିଦିନ ହଜାର ହଜାର ସଂଖ୍ୟକ ଲୋକେ ବିପଦଜ୍ଜନକ ଅବସ୍ଥାରେ ଯାତାୟାତ କରୁଛନ୍ତି ! କେତେବେଳେ ଯେ ପୋଲଟି ଭାଙ୍ଗି ବଡ଼ ଧରଣର ଦୁର୍ଘଟଣା ନଘଟିବ ତାକୁ ନେଇ ଚିନ୍ତାରେ ସ୍ଥାନୀୟ ବାସୀ l ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମନ୍ଦାକିନୀ ସେତୁର ପୁନଃନିର୍ମାଣ ପାଇଁ ଦାବୀ କରିଛନ୍ତି ଅଞ୍ଚଳବାସୀ l ସେପଟେ ଲୋକଙ୍କ ସୁରକ୍ଷା ପାଇଁ ଅନ୍ୟ କୌଣସି ବ୍ୟବସ୍ଥା ନକରି ସେତୁ କୁ ବିପଦ ସଂକୁଳ ଦର୍ଶାଇ କାମ ସାରି ଦେଇଛି ପୂର୍ତ୍ତ ବିଭାଗ l

Leave a Reply

Your email address will not be published. Required fields are marked *