ଫୁଲ ତୋଳିବା ବାହାନାରେ ଆସି ସୁନା ଚେନ ଝାମ୍ପି ନେଲା ଦୁର୍ବୃତ୍ତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଘର ବାରିକୁ ଫୁଲ ତୋଳିବା ବାହାନାରେ ଆସି ସୁନା ଚେନ ଝାମ୍ପି ନେଲା ଦୁର୍ବୃତ୍ତ । ଘଟଣା ଟି ଘଟିଛି ପାରଳାଖେମୁଣ୍ଡି ଚିତ୍ରକର ସାହିରେ । ଆଜି ଭୋର ପାଞ୍ଚଟା ସମୟରେ ସାହିର ଦିବ୍ୟାଙ୍ଗ ଯୁବତୀ ସୁଜାତା ପାଣିଗ୍ରାହୀ ଘର ବାରିର ବାଥରୁମକୁ ଯାଇଥିଲେ । ସେହି ସମୟରେ ଜଣେ ଅଜଣା ଯୁବକ ବାରିରେ ପଶି ବାଥରୁମରେ ଥିବା ଯୁବତୀଙ୍କ ବେକରୁ ସୁନା ଚେନ ଛିଣ୍ଡାଇ ନେଇଥିବା ଜଣାପଡିଛି । ଯୁବତୀ ଜଣକ ଉକ୍ତ ଦୁର୍ବୃତ୍ତକୁ କାବୁ କରିବାକୁ ଚେଷ୍ଟା କରିଥିବା ବେଳେ ଦୁର୍ବୃତ୍ତ ପିନ୍ଧିଥିବା ପ୍ୟାଣ୍ଟ ଓ ଗାମୁଛା ଖସି ଯୁବତୀଙ୍କ ହାତରେ ଲାଗିଥିଲା । ବିବସ୍ତ୍ର ହୋଇ ସେଠାରୁ ଦୈାଡି ପଳାଇଥିଲା ଦୁର୍ବୃତ୍ତ । ଯୁବତୀଙ୍କ ପାଟି ଶୁଣି ସାହି ପଡୋଶୀ ଆସି ଖୋଜାଖୋଜି କରିବା ବେଳକୁ ଆଉ ଦେଖାଯାଇ ନଥିଲା ଦୁର୍ବୃତ୍ତ । ଅଭିଯୋଗ ପାଇ ପାରଳାଖେମୁଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଚଳାଇଛି ।

Leave a Reply

Your email address will not be published. Required fields are marked *