ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମହାବିଦ୍ୟାଳୟ ପରିସରରେ ବିଶ୍ଵ ଏଡ୍ସ ଦିବସ ପାଳିତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମହାବିଦ୍ୟାଳୟରେ KNP + ଓଡ଼ିଶା , OSACS ଏବଂ ଗ୍ରାମୀଣ ମହିଳା ଉଚ୍ଚ ମହାବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ବିଶ୍ଵ ଏଡ୍ସ ଦିବସ ପାଳିତ ହୋଇଯାଇଛି । ଚଳିତ ବର୍ଷ ପାଇଁ ଥିମ୍ ଥିଲା “EQUALIZE” ଅର୍ଥାତ୍ ସମାନତା । ଏଚଆଇଭି ଆକ୍ରାନ୍ତ ମାନଙ୍କୁ ସମାଜରେ ସମାନତା ର ଅଧିକାର ପ୍ରଦାନ କରିବା ଏହାର ମୂଳ ଲକ୍ଷ୍ୟ । ଏହି ଅବସରରେ ବିଦ୍ୟାଳୟ ଛାତ୍ରୀ ମାନଙ୍କ ଦ୍ଵାରା ଏକ ଏଡ୍ସ ସଚେତନତା ଶୋଭାଯାତ୍ରା ମା’ ଭଗବତୀ ଙ୍କ ମନ୍ଦିର ଠାରୁ ବାହାରି ବାଣପୁର ବଜାର , ଐତିହାସିକ ପଲଟନ ପଡିଆ, ଗ୍ରାମୀଣ ଚିକିତ୍ସାଳୟ ଏବଂ ଅନ୍ତିମ ରେ ବାଣପୁର ବ୍ଲକ ଅତିକ୍ରମ କରି ମହିଳା ଉଚ୍ଚବିଦ୍ୟାଳୟ ଠାରେ ପହଞ୍ଚିଥିଲା । ଏହାକୁ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷ ମିଟୁ ନାୟକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଉପଲକ୍ଷେ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଉପାଧ୍ୟକ୍ଷ ତଥା ଯୁବ ରେଡକ୍ରସ୍ ଅଧିକାରୀ ସର୍ବେଶ୍ଵର ଷଢ଼ଙ୍ଗି ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏକ ସଭାରେ ମୁଖ୍ୟ ଅତିଥି ଭାବେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ମୁଖ୍ୟ ବକ୍ତା ଭାବରେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ମିଟୁ ନାୟକ, ଅନ୍ୟତମ ଅତିଥି ଭାବେ OSACS ତରଫରୁ GIPA ର ଅତିରିକ୍ତ ନିର୍ଦ୍ଦେଶକ ଅଜୟ କୁମାର ପାତ୍ର, ରାକେଶ କୁମାର ମହାପାତ୍ର, KNP+ Odisha ର ସଭାନେତ୍ରୀ ପ୍ରଭାସିନୀ ପ୍ରଧାନ VIHAAN Project ସଂଯୋଜକ ପୁଷ୍ପାଞ୍ଜଳି ମାର୍ଥା , ବାଣପୁର ଗୋଷ୍ଠୀ କେନ୍ଦ୍ର ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ାଃ ରମାକାନ୍ତ ନାୟକ ପ୍ରମୁଖ ଯୋଗଦେଇ ଦିବସର ଅନୁଚିନ୍ତା ସମ୍ପର୍କରେ ମତାମତ ପ୍ରଦାନ କରିଥିଲେ । କୁଇଜ୍, ଆର୍ଟ ଏବଂ ବକୃତା ପ୍ରତିଯୋଗିତା ର କୃତି ଛାତ୍ରୀ ମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । Link Worker Scheme (LWS) Project, KNP+ ଓଡ଼ିଶା, ଖୋର୍ଦ୍ଧା ଜିଲ୍ଲା ସଂଯୋଜକ ଶଶିକାନ୍ତ ବରାଳ ଧନ୍ୟବାଦ ଅର୍ପଣ କରିଥିଲେ । ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କ୍ରୀଡା ଶିକ୍ଷକ ବିଭୁଧେଳୁ ମାନସିଂହ, ଡିଇଓ ଶିବଶଙ୍କର ପଣ୍ଡା, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ଅଶୋକ ବେହେରା , LWS M&E Cum AA, ଚନ୍ଦନ କୁମାର ଦାସ, LWS super visor, ସୁବ୍ରତ କୁମାର ସ୍ବାଇଁ ଏବଂ ସ୍ଵର୍ଣ୍ଣଲତା ଦାସ ଏବଂ LWS ର ଅନ୍ୟାନ୍ୟ CLW ପ୍ରମୁଖ ମାନେ କର୍ଯ୍ୟକର୍ମ ରେ ଅଂଶ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *