ବାଲୁଗାଁ ବିଜେଡ଼ି କାର୍ଯ୍ୟାଳୟରେ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ଚିଲିକା ବ୍ଲକ ସ୍ତରୀୟ କର୍ମୀ ସମ୍ମିଳନୀ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲୁଗାଁ ରାମପୁର ସ୍ଥିତ ବିଜେଡ଼ି କାର୍ଯ୍ୟାଳୟ ଠାରେ ପୂର୍ବତନ ବିଧାୟକ ରଘୁନାଥ ସାହୁ ଙ୍କ ଆହ୍ବାନ କ୍ରମେ ଚିଲିକା ବ୍ଲକ ବିଜେଡ଼ି ର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ କର୍ମୀ ସମ୍ମିଳନୀ ସହିତ କର୍ମୀ ମାନଙ୍କୁ ଆସନ୍ତା ନିର୍ବାଚନ ପ୍ରସ୍ତୁତି ପାଇଁ ଦେଲେ ଗୁରୁମନ୍ତ୍ର । ଏହି ସମ୍ମିଳନୀରେ ଚିଲିକା ବ୍ଲକ ର ବିଜୁ ଜନତା ଦଳର ପୂର୍ବତନ ସରପଞ୍ଚଙ୍କ ସମେତ ସମିତି ସଭ୍ୟ, ବିଜେଡ଼ିର ଛାମୁଆ ସଂଗଠନ ନେତା ଏବଂ ହଜାର ହଜାର ବିଜେଡ଼ି କର୍ମୀ ମାନଙ୍କ ସହିତ ବିପୁଳ ଜନ ସାମାଗମ ହୋଇଥିବାର ଦେଖିବାକୁ ମିଳିଥିଲା l ଏହି ସମ୍ମିଳନୀରେ ପୂର୍ବତନ ଚିଲିକା ବିଧାୟକ ସମସ୍ତ ବିବରଣୀ କହି ବିଜେଡ଼ି ର ପ୍ରତିବାଦ ସଭାକୁ କଣ୍ଟ୍ରାକ୍ଟର ମାନଙ୍କର ସଭା ବୋଲି ଆକ୍ଷେପ କରି କହିଥିଲେ । ନିଜର ଅଭିଭାଷଣ ଆରମ୍ଭ କରି କହିଥିଲେ ଯେ ଗତ ୨୩ ତାରିଖରେ ସେ ପ୍ରକାଶ କରିଥିବା ଦୁର୍ନୀତି ଅଭିଯୋଗ ଗୁଡ଼ିକ ସମ୍ପୂର୍ଣ ସତ୍ୟ ଏବଂ ପାରୁଛନ୍ତି ଯଦି ସେମାନେ ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରାନ୍ତୁ ବୋଲି ପୁର୍ନବାର ଦୋହରାଇ ଥିଲେ। ଯେଉଁ ମାନଙ୍କୁ ବିଜେପି ରୁ ବିଜେଡ଼ି ଦଳକୁ ଆଣି ନେତାର ପରିଚୟ ପ୍ରଦାନ କରିଥିଲେ ସେମାନେ ଆଜି ତାଙ୍କୁ ବିଜେଡ଼ି ରୁ ବହିସ୍କାର କରିବାପାଇଁ ଦାବି କରୁଛନ୍ତି । ଯେଉଁ ଉତ୍ପଳ ପାଇକରାୟ ବିଜେପି ରେ ସଂଖ୍ୟା ଗରିଷ୍ଠ ସଦସ୍ୟ ଥାଇ ଚିଲିକା ବ୍ଲକ ଅଧ୍ୟକ୍ଷ ହୋଇ ପାରିଲେ ନାହିଁ ଏବଂ ପରବର୍ତ୍ତୀ ସମୟରେ ରଘୁନାଥ ସାହୁ ଙ୍କ ଶରଣାପନ୍ନ ହୋଇ ବିଜେଡିରେ ସାମିଲ ହୋଇ ଅଧ୍ୟକ୍ଷ ହେବା ପାଇଁ ଆଶା ବାନ୍ଧିଥିଲେ, ରଘୁନାଥ ସାହୁ ଙ୍କ ସମର୍ଥନରେ ପ୍ରଶାନ୍ତ ଜଗଦେବ ବିଧାୟକ ହେବା ପରେ ଉତ୍ପଳ ପାଇକରାୟ ଙ୍କ ଆଶା ହିଁ ଆଶାରେ ରହିଗଲା । ବିଧାୟକ ଭୂଆଁ ବୁଲେଇ ଅଧ୍ୟକ୍ଷ ଭାବରେ ଅବସ୍ଥାପିତ କରିବା ତ ଦୂରର କଥା ନିଜେ ବିଧାୟକ ଏକ ବର୍ଷ ପାଇଁ ସୁପ୍ରିକୋର୍ଟଙ୍କ ଦ୍ଵାରା ନିର୍ବାଚନ ମଣ୍ଡଳୀରୁ ନିର୍ବାସିତ ହେବା ପରେ ବିଧାୟକ ପ୍ରତିନିଧି ଭାବରେ ଉତ୍ପଳ ବାବୁଙ୍କୁ ଅବସ୍ଥାପିତ କରି କାମ ଚଳାଇଛନ୍ତି । ସେଇ ଉତ୍ପଳ ପାଇକରାୟ ପୁଣି ରଘୁନାଥ ସାହୁଙ୍କୁ ବିଜେଡିରୁ ବହିସ୍କାର କରିବାକୁ ଦାବି କରିଛନ୍ତି, ନଚେତ୍ ସେ କୁଆଡ଼େ ବିଜେଡିରୁ ଇସ୍ତଫା ଦେବେ। ଏହାର ଉଦ୍ଦେଶ୍ୟ ଯେଉଁଠୁ ଆସିଥିଲେ ସେଇଠିକି ଚାଲିଯିବେ। ପୂର୍ବତନ ବିଧାୟକ ରଘୁନାଥ ସାହୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସମ୍ମାନ ଜଣାଇ ତାଙ୍କ ପ୍ରତି ଦଳୀୟ ଆନୁଗତ୍ୟ ପ୍ରକାଶ କରି ଦଳର ବିଶୃଙ୍ଖଳା କେଉଁମାନେ ସୃଷ୍ଟି କରୁଛନ୍ତି ତାହାକୁ ଦର୍ଶାଇ କର୍ମୀମାନଙ୍କୁ ବୁଝାଇ ଥିଲେ। ସଂସଦ ପିନାକୀ ମିଶ୍ରଙ୍କ ପ୍ରତି ତାଙ୍କର କୌଣସି ପ୍ରକାର ଅଭିଯୋଗ ନାହିଁ ବରଂ ସଞ୍ଜୟ କୁମାର ଦାସବର୍ମା ବିଗତ ଦିନରେ ତାଙ୍କ ବିଧାୟକ ଟିକେଟ କାଟି ତାଙ୍କର ତଥା କଥିତ ପଟଶିଷ୍ୟ ପ୍ରଶାନ୍ତ ଜଗଦେବ ଙ୍କୁ ଚିଲିକା ବିଧାୟକ ଟିକେଟ ଟିକୁ ଉପହାର ଦେଇଥିଲେ । ଯାହାଫଳରେ କି ଚିଲିକା ନିର୍ବାଚନ ମଣ୍ଡଳୀରେ ରଘୁନାଥ ସାହୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ଠାରେ ଆନୁଗତ୍ୟ ପ୍ରକାଶ କରି ନିଜର ସମସ୍ତ ସାଙ୍ଗଠନିକ ସାମର୍ଥ୍ୟକୁ ପ୍ରତିପାଦନ କରି ପ୍ରାୟ ଦଶ ହଜାର ରୁ ଉର୍ଦ୍ଧ୍ବ ଭୋଟରେ ପ୍ରଶାନ୍ତ ଜଗଦେବ ଙ୍କୁ ଜିତାଇଥିଲେ।ମାତ୍ର ରଘୁନାଥଙ୍କୁ ବନବାସୀ କରିଦେଇ ହନୁମାନ ଏଠି ରାଜ୍ୟ ଶାସନ କରୁ କରୁ ମାଙ୍କଡ ସାଜି ପିଞ୍ଜରା ବଦ୍ଧ ହେବା ଘଟଣା ଚିଲିକା ବିଜେଡ଼ି ରେ ଏକ ରୋଚକ ମୋଡ ନେଇଛି। ଆଜି ରଘୁନାଥ ସାହୁ ଓ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପରେ ଭରସା କରି ମାନସିଂହ ପୁର ଓ କୁମାଣ୍ଡୋଳ ପାଟଣା ସରପଂଚ ଭରା କର୍ମୀ ସମ୍ମିଳନୀ ରେ ବିଜେଡିରେ ଯୋଗଦାନ କରିଛନ୍ତି। ସେମାନଙ୍କୁ ଫୁଲ ତୋଡା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ରଘୁନାଥ ସାହୁ ଓ କହିଥିଲେ ଯେ ମୁଁ ବିଜେଡିକୁ ଭଲ ପାଉଛି ଏବଂ ପାଉଥିବି । ଯେତେଦିନ ପର୍ଯ୍ୟନ୍ତ ବିଜେଡ଼ି ଅଛି ସେତେଦିନ ପର୍ଯ୍ୟନ୍ତ ବିଜେଡ଼ି ର ସଙ୍ଗଠନ ନିଃସ୍ଵାର୍ଥ ପର ଭାବରେ କରି ଚାଲିଥିବି। ତେଣୁ ବିଜେପି କୁ ସହଯୋଗ କରିବା ଆକ୍ଷେପ ଅଭିଯୋଗ ସମ୍ପୂର୍ଣ ଭିତ୍ତିହୀନ। ବରଂ ବିଜେପି ରୁ ନେତା ଓ କର୍ମୀ ମାନଙ୍କୁ ଆଣି ବିଜେଡ଼ି କୁ ଚିଲିକା ନିର୍ବାଚନ ମଣ୍ଡଳୀରେ ସୁଦୃଢ଼ କରିପାରିଛି। Iକର୍ମୀ ସମ୍ମିଳନୀ ରେ ପ୍ରାୟ ଦୁଇ ହଜାର ରୁ ଉର୍ଦ୍ଧ୍ବ ବିଜେଡ଼ି ନେତା ଓ କର୍ମୀ ମାନେ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *