ଅବସର ପ୍ରାପ୍ତ ସୈନିକଙ୍କ ଦ୍ବାରା ନିଶୁଲ୍କ ସ୍ବାସ୍ଥ୍ୟ ଚିକିତ୍ସା ଶିବିର !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚିଲିକା , ବାଣପୁର, ବାଲୁଗାଁ, ଗମ୍ଭାରିମୁଣ୍ଡା , ନାଚୁଣୀ ଆଦି ଅଞ୍ଚଳର ଅବସରପ୍ରାପ୍ତ ସୈନିକ ସଂଘର କର୍ମକର୍ତ୍ତା ମାନଙ୍କ ଦ୍ବାରା ବାଣପୁର ଶହିଦ କୃତିବାସ ଭବନ ଠାରେ ଭୁବନେଶ୍ୱର ରୋଟାରୀ କ୍ଲବ ଓ ସାଗେ ଫାଉଣ୍ଡେସନ ପକ୍ଷରୁ ମେଡିସିନ ବିଭାଗ ସମେତ ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ଙ୍କ ଦ୍ଵାରା ମାଗଣା ଚିକିତ୍ସା ଶିବିରର ଅନୁଷ୍ଠିତ ହୋଇଯାଇଛି । ଏହି ମାଗଣା ଚିକିତ୍ସା ଶିବିରରେ ଭୁବନେଶ୍ୱର କଣ୍ଟାବାଡ ସ୍ପର୍ଶ ହସ୍ପିଟାଲର ୭ ଜଣିଆ ଦଳ ଆସିଥିବା ବେଳେ , ସେମାନଙ୍କ ମଧ୍ୟରୁ ଡଃ ନାରାୟଣ ମିଶ୍ର , ଡଃ ଉମେଶ ଚନ୍ଦ୍ର ଦଲାଲ , ରବିନ୍ଦ୍ର ସାହୁ , ସବ୍ୟସାଚୀ ସାହୁ , ମହେଶ ସାହୁ , ପ୍ରିୟଦର୍ଶିନୀ ନାୟକ ,‌ ସୁରେଶ ମହାରଣା ପ୍ରମୁଖ ଶତାଧିକ ବ୍ୟକ୍ତି ଙ୍କୁ ଚିକିତ୍ସା କରିଥିଲେ । ଏହି ମାଗଣା ଚିକିତ୍ସା ଶିବିରକୁ ଅବସର ପ୍ରାପ୍ତ ସୈନିକ ସଂଘର ସଭାପତି କୃଷ୍ଣଚନ୍ଦ୍ର ନାହାକ , ଉପସଭାପତି ମିଟୁ ନାୟକ , ସମ୍ପାଦକ ସର୍ବେଶ୍ବର ବିଶୋଇ , ସହ ସମ୍ପାଦକ ମନୋଜ କୁମାର ସାହୁ , କୋଷାଧ୍ୟକ୍ଷ ବିଜୟ କୁମାର ପ୍ରଧାନ , କିଶୋର ପ୍ରଧାନ , ଲୋକନାଥ ବରାଳ , ସାଧୁ ଚରଣ ସ୍ଵାଇଁ , ସୁଦର୍ଶନ ବରାଳ , ରବିନାରାୟଣ ଷଡ଼ଙ୍ଗୀ ପ୍ରମୁଖ ସଦସ୍ୟ ମାନେ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *