ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଡିସେମ୍ବର ୩ ତାରିଖକୁ ବିଶ୍ବ ଭିନ୍ନକ୍ଷମ ଦିବସ ଭାବରେ ପାଳନ କରାଯାଉଥିବା ବେଳେ , ଖୋର୍ଦ୍ଧା ଜିଲ୍ଲା ବାଣପୁରର ବିଭିନ୍ନ ଅନୁଷ୍ଠାନ ମାନଙ୍କରେ ବିଶ୍ବ ଭିନ୍ନକ୍ଷମ ଦିବସ ପାଳନ କରାଯାଇଛି । ଏହି ଅବସରରେ ବାଣପୁର ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ବାଣପୁର ନେହେରୁ ସେବା ସଂଘ କନକ ଭବନ ଠାରେ ତାଲୁକ ଆଇନସେବାର ଅଧ୍ୟକ୍ଷ ତଥା ବରିଷ୍ଠ ଦେଓ୍ବାନୀ ବିଚାରପତି ମନୋରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅତିଥି ଭାବେ ବରିଷ୍ଠ ଆଇନଜିଵୀ ତଥା ବାଣପୁର ଓକିଲ ସଙ୍ଘର ପୂର୍ବତନ ସଭାପତି ଗାୈରୀ ଶଙ୍କର ଷଡଙ୍ଗୀ , ଆଇନଜିଵୀ ବିପ୍ଳବ କୁମାର ମୁଦୁଲି , ସୁଧିର କୁମାର ପ୍ରଧାନ , ନେହେରୁ ସେବାସଂଘର ସମ୍ପାଦିକା ସରୋଜିନୀ ଦାସ , ଓମ୍ ପ୍ରକାଶ ଅଗ୍ରୱାଲ ପ୍ରମୁଖ ଯୋଗଦେଇ ଭିନ୍ନକ୍ଷମ ଦିବସ ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଭିନ୍ନକ୍ଷମ ଛାତ୍ର ଛାତ୍ରୀଙ୍କ ଦ୍ବାରା ମାତୃ ସଂଙ୍ଗୀତ ଗାନ କରାଯାଇଥିବା ବେଳେ ସେମାନଙ୍କ ଦ୍ବାରା ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।