ବାଲୁଗାଁରେ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ୱବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ରେ ଯୋଗଦେଲେ ଆନ୍ଧ୍ରପ୍ରଦେଶ ର ରାଜ୍ୟପାଳ ଡକ୍ଟର ବିଶ୍ଵ ଭୂଷଣ ହରିଚନ୍ଦନ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶା ଶାଖାର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସ୍ଥିତ ଓମ ଶାନ୍ତି ଶିବ ଜ୍ୟୋତି ଧାମ ପରିସର ରେ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଆନ୍ଧ୍ର ପ୍ରଦେଶର ମହାମହିମ ରାଜ୍ୟପାଳ ଡକ୍ଟର ବିଶ୍ଵ ଭୂଷଣ ହରିଚନ୍ଦନ । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସ୍ଥିତ ଓମ ଶାନ୍ତି ଶିବ ଜ୍ୟୋତି ଧାମ ପରିସରରେ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶା ଶାଖାର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ତଥା ଭାରତ ସ୍ୱାଧୀନତାର ୭୫ତମ ପୂର୍ତ୍ତି ଅବସରରେ ଆଜାଦି କି ଅମୃତ ମହୋଉତ୍ସବ ସହ ଶିବ ଜ୍ୟୋତି ଧାମ ବାଲୁଗାଁ ଶାଖାର ୨୯ ତମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ପାଳିତ ହୋଇଯାଇଛି । ସର୍ବ ପ୍ରଥମେ ମହାମହିମ ରାଜ୍ୟପାଳଙ୍କୁ ଓଡ଼ିଶା ପୋଲିସ ପକ୍ଷରୁ ଗାର୍ଡ ଅଫ ଅନର ଦେବା ସହ , ଆୟୋଜକ ମାନେ ମଞ୍ଚ କୁ ପାଛୋଟି ନେଇଥିଲେ । ଏହାପରେ ବାଲୁଗାଁ ଶାଖାର ମୁଖ୍ୟ ସଂଚାଳିକା ବ୍ରହ୍ମ କୁମାରୀ କେତକୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବ ରେ ସମ୍ମାନୀତ ଅତିଥି ରୂପେ କଟକ ସବ ଜୋନ ସଂଚାଳିକା ବ୍ରହ୍ମ କୁମାରୀ ସୁଲୋଚନା , ରାଜ୍ୟ ମିଡ଼ିଆ କୋଡ଼ିନେଟର ବି.କେ. ନଥମଲ , ବ୍ରହ୍ମ କୁମାରୀ କମଲେସ , ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶା ଶାଖାର ମୁଖ୍ୟ ସଂଚାଳିକା ଏବଂ ମୁଖ୍ୟବକ୍ତା ଭାବରେ ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡା ଯୋଗ ଦେଇଥିଲେ । ସାରା ସଂସାର ରେ ଶାନ୍ତି, ମୈତ୍ରୀ, ପ୍ରେମ ମାଧ୍ୟମରେ ନିଜର ଆଚାର ବିଚାର କୁ ସୁସଂଗଠିତ କରିବା ପାଇଁ ମଞ୍ଚାସିନ ଅତିଥି ମାନେ ସେମାନଙ୍କର ବକ୍ତବ୍ୟ ମାଧ୍ୟମରେ ପ୍ରକାଶ କରିଥିଲେ । ପରିଶେଷରେ ସଂସ୍କୃତିକ କାର୍ଯ୍ୟକ୍ରମ ସହିତ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ବର୍ଗରେ ଖ୍ୟାତି ଅର୍ଜନ କରିଥିବା ବ୍ୟକ୍ତିଙ୍କୁ ସମ୍ମାନୀତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *