ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବନାଞ୍ଚଳ ଅଧିନସ୍ଥ ବାଣପୁର ସରଂକ୍ଷିତ ଜଙ୍ଗଲରୁ ଆଜି ଦୁଇ ଜଣ ଶିକାରୀକୁ ଗିରଫ କରିଛି ବନବିଭାଗ । ଗିରଫ ଅଭିଯୁକ୍ତ ହେଲେ ବାଣପୁର ଥାନା ପାତ୍ରପୁର ଗ୍ରାମର ଦୀପକ ପ୍ରଧାନ ଓ ସୁଜିତ ପ୍ରଧାନ ! ତାଙ୍କ ନିକଟରୁ ପାଞ୍ଚ କେଜି ଜଙ୍ଗଲୀ ବାରହା ମାଂସ ଜବତ କରିଛି ବନ ବିଭାଗ ।
ପ୍ରକାଶ ଯେ, ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ଚନ୍ଦ୍ର ମହାନ୍ତି ଆଜି ପାଟ୍ରୋଲିଂ କରୁଥିବା ବେଳେ ଜଙ୍ଗଲୀ ବାରହା ଶିକାର ଖବର ପାଇ ସଙ୍ଗେ ସଙ୍ଗେ ଚଢ଼ାଉ କରିଥିଲେ ଏବଂ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ବନବିଭାଗ କେସ ନମ୍ବର 7b / ୨୨-୨୩ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବାର ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି । ଉକ୍ତ ଚଢ଼ାଉରେ ପଦ୍ମପୁର ବନପାଳ ପ୍ରଦୀପ ମହାନ୍ତି , ବନରକ୍ଷୀ ରାଜକିଶୋର ବେହେରା , ସୋମ୍ୟ ବେହେରା ଏବଂ ଅନ୍ୟ କର୍ମଚାରୀ ମାନେ ସାମିଲ ଥିଲେ !
ବାଲୁଗାଁ ବନବିଭାଗର ଚଢ଼ାଉ : ଦୁଇ ଶିକାରୀ ଗିରଫ , ବାରହା ମାଂସ ଜବତ !!!

