ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ରାଜ୍ୟ ସରକାର ଗ୍ରାମାଞ୍ଚଳରେ ବିକାଶ ସହ ଅସହାୟ ଗରିବ ଭୂମିହୀନ ଙ୍କୁ ଚି଼ହ୍ନଟ କରି ବସୁନ୍ଧରା ଯୋଜନାରେ ସରକାର ଙ୍କ ତରଫ ରୁ ଭୂମିପଟ୍ଟା ଯୋଗାଇ ଦେବାପାଇଁ ବ୍ୟବସ୍ତା ରହିଥୀଲେ ମଧ୍ୟ ତାହା ଆଦିବାସୀ ଗ୍ରାମ ର ନିରୀହ ଅସହାୟ ଗରିବ ଲୋକଙ୍କ ପାଖରେ ପହଞ୍ଚି ପାରୁନଥୀବା ଅଭିଯୋଗ ହେଉଛି । ଅଭିଯୋଗ ଅନୁଯାୟୀ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଆଦିବାସୀ ବହୁଳ ଗୁମୀ ପଞ୍ଚାୟତ ର ଓସମସ୍କା ଗାଁ ର ସବିତା ବେହେରା ଓ ହଜାରୀ ମାଝୀ ଙ୍କ ଭଳି ଅନେକ ଭୂମିହୀନ ସରକାରୀ ଜାଗାରେ ଦୀର୍ଘ ବର୍ଷ ହେଲା ଭଙ୍ଗା ଚାଳଛପର ଘରେ ବସବାସ କରି ଆସୁଛନ୍ତି। ଏପରିକି ଘର ଖଣ୍ଡେ କରିବା ପାଇଁ ନିଜର ଜାଗା ନଥିବାରୁ ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଆବାସ କିମ୍ବା ବିଜୁ ପକ୍କାଘର ଯୋଜନାରେ ଗୃହଟିଏ ପାଇପାରୁ ନାହାନ୍ତି । ସରକାର ଗ୍ରାମାଞ୍ଚଳରେ ଭୂମିହୀନ ଙ୍କୁ ଚିହ୍ନଟ କରି,ବସୁନ୍ଧରା ଯୋଜନାରେ ଘର କରିବା ପାଇଁ ଜମି ଯୋଗାଇ ଦେଉଥିବା ଡିଡିମ ପିଟି ପ୍ରତେକ ମୁଖ୍ୟ ଛକ ବା ସହର ରେ ହୋଡିଂ ବା ପୋଷ୍ଟର ମାରି ବାହାବା ନେଉଥିବା ବେଳେ ନୟାଗଡ଼ ଜିଲ୍ଲା ନୂଆଗାଁ ତହସିଲ ଅଧିନରେ ଥିବା ଏହି ଓସମସ୍କା ଗ୍ରାମର ଭୂମିହୀନ ସବିତା ବେହେରା ଓ ହଜାରି ମାଝୀ ଙ୍କୁ ଆଜ ସୁଦ୍ଧା ବସୁନ୍ଧରା ଯୋଜନାରେ ଘରଡିହ ଖଣ୍ଡେ ନମିଳିବା ଘଟଣା ,ଗରିବଙ୍କ ପ୍ରତି ପ୍ରଶାସନର ଉଦାସୀନତା ସ୍ପଷ୍ଟ ବାରିହୋଇ ପଡୁଛି । ଅନ୍ୟ ପକ୍ଷେ କେତେକ ସ୍ଥାନ ରେ ବଡବଡିଆ ମାନେ ସରକାରୀ ଜମି ଜବରଦଖଲ କରି ମାଡ଼ିବସୁଥିବା ବେଳେ,ଆମଗରିବ,ନିରୀହ, ମଳିମୁଣ୍ଡିଆ ଙ୍କ କଥା ଏଠି ଶୁଣୁଛି କିଏ ? ବୋଲି କ୍ଷୋଭର ସହ କୋହଭରା କଣ୍ଠରେ କହିଛନ୍ତି ଭୂମିହୀନ ସବିତା ଓ ହଜାରି। ଗତ ତା ୨୭/୧୧/୨୨ ରିଖ ଦିନ ଓସମସ୍କା ଗ୍ରାମରେ ରାତ୍ରରେ ଘଟିଥିବା ଅଗ୍ନି କାଣ୍ଡରେ ସବିତା ବେହେରା ଓ ହଜାରି ମାଝୀ ଙ୍କ ଥିବା ଭଙ୍ଗା ଝାଟି ମାଟି ର ଛଣ ଛପର ଘର ଓ ସମସ୍ତ ଆସବା ପତ୍ର ପୋଡି ପାଉଁଶ ହୋଇଯାଇଥିଲା । ପରେ ନୂଆଗାଁ ରାଜସ୍ବ ବିଭାଗ ପକ୍ଷରୁ ତଦନ୍ତ କରାଯାଇ କେବଳ ପଲିଥିନ୍ ପାଲ ଖଣ୍ଡିଏ ଲେଖାଏଁ ଯୋଗାଇ ଦେଇ ହାତ ଟେକି ଦେଇ ଥିବା ବେଳେ, ପରିବାର ଖୋଲା ମେଲାରେ ରାତିରେ ଶୀତ କାକରରେ ରହୁଥିବାର ଦେଖିବାକୁ ମିଳିଛି। ନିଜସ୍ଵ ଘରଡିହ ନଥିବାରୁ , ଅଗ୍ନିବିପନ୍ନ ଉଭୟ ପରିବାର ସରକାରୀ ନିୟମ ଅନୁଯାୟୀ ଅଗ୍ନି ବିପନ୍ନ ଙ୍କ ପାଇଁ ଥିବା ଆର୍ଥିକ ସହାୟତା ଓ ଆବାସ ଗୃହ ପାଇବା ନେଇ ମଧ୍ୟ ସନ୍ଦେହ ଦେଖାଦେଇଛି | ଏନେଇ ବାହାଡ଼ାଝୋଲା ରାଜସ୍ବ ନୀରିକ୍ଷକ କହିଛନ୍ତି ଯେହେତୁ ଭୂମିହୀନ ସବିତା ବେହେରା ଓ ହଜାରି ମାଝୀ ବସୁନ୍ଧରା ଯୋଜନାରେ ଘରଡିହ ପାଇଁ ଦରଖାସ୍ତ କରିନାହାନ୍ତି ତେଣୁ ଘରଡିହ ଯୋଗାଇ ଦିଆଯାଇ ନାହିଁ ।ଖୁବଶିଘ୍ର ବସୁନ୍ଧରା ଯୋଜନା ରେ ଉଭୟଙ୍କୁ ଘର ପାଇଁ ଜମି ଚିହ୍ନଟ କରି ଯୋଗାଇଦେବା କଥା କହିଛନ୍ତି। ଅଗ୍ନିବିପର୍ଣ୍ଣ ଉଭୟ ଆଦିବାସୀ ଗରିବ ଭୂମିହୀନ ପାରିବାରକୁ ସମସ୍ତ ସରକାରୀ ସହାୟତା ଯୋଗାଇଦେବା ପାଇଁ ଗୁମି ପଞ୍ଚାୟତ ବାସି ଦାବି କରିଥିବା ବେଳେ, ଦେଖିବାକୁ ରହିଲା ଆବାସ ଯୋଜନାରେ ପକ୍କା ଘରଟିଏ କରିବା ପାଇଁ,ନୂଆଗାଁ ତହସିଲ ଓ ବ୍ଲକ ପ୍ରଶାସନ ପକ୍ଷରୁ କେବେ ଏହି ଅଗ୍ନି ବିପନ୍ନ ଭୂମିହୀନ ଙ୍କୁ ଘରଡିହ ଯୋଗାଇ ଦେଉଛନ୍ତି।
ଓସମସ୍କା ଗ୍ରାମ ରେ ଅଗ୍ନିକାଣ୍ଡ : ଶୀତ ରେ ଖୋଲା ଆକାଶ ତଳେ ଅଗ୍ନି ବିପନ୍ନ ପରିବାର !!!

