ମାନସିଂହପୁର ଠାରେ ପକ୍ଷୀ ସୁରକ୍ଷା ଜୀବନ ରକ୍ଷା, ଆମ ପକ୍ଷୀ ଆମ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ସୋରଣ ମାନସିଂହପୁର ଗ୍ରାମ ଠାରେ ଟାଙ୍ଗୀ ବନ ବିଭାଗ ଏବଂ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗର ମିଳିତ ଉଦ୍ୟମ କ୍ରମେ ପକ୍ଷୀ ସୁରକ୍ଷା ନେଇ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ସମାଜସେବୀ ଏବଂ ଜନ ପ୍ରତିନିଧି ଙ୍କ ସହିତ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଜନ ସଚେତନତା କାର୍ଯ୍ୟକ୍ରମରେ , ଆସନ୍ତୁ ଆମେ ସମସ୍ତେ ମିଳିମିଶି ଚିଲିକାର ଶୋଭା ବର୍ଦ୍ଧନ କରୁଥିବା ଏବଂ ଆମର ଅତିଥି ସାଜି ମନମୁଗ୍ଧର ଖୋରାକ ଯୋଗାଉଥିବା ବିଦେଶାଗତ ପକ୍ଷୀଙ୍କୁ ସୁରକ୍ଷା ଦେବା କାର୍ଯ୍ୟକ୍ରମରେ ଏକ ସମବେତ ପଦଯାତ୍ରାର ଆୟୋଜନ କରାଯାଇଥିଲା । ଚିଲିକା ମଧ୍ୟରେ ପକ୍ଷୀ ଶୀକାରୀ ମାନେ ସୁଯୋଗ ଦେଖି ବିଦେଶାଗତ ପକ୍ଷୀ ଶିକାର କରିବାରେ ମାତିଛନ୍ତି । ଦିନକୁ ଦିନ ବର୍ତ୍ତମାନ ଚିଲିକାରେ ବିଭିନ୍ନ ଉପାୟରେ ପକ୍ଷୀ ଶିକାର ବଢୁଥିବା ବେଳେ ବନ୍ୟପ୍ରାଣୀ ବିଭାଗ ପାଇଁ ଏହା ଖୁବ୍ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଫ୍ଲରାଡନ ଆଦି ବିଭିନ୍ନ ପ୍ରକାରର ବିଷ ଖାଦ୍ୟରେ ଦେଇ ପକ୍ଷୀ ମାନଙ୍କୁ ଶୀକାର କରୁଛନ୍ତି । ବିଷାକ୍ତ ଖାଦ୍ୟ ଖାଇ ପକ୍ଷୀ ଗୁଡ଼ିକ ଉଡ଼ି ନ ପାରି ତଳେ ପଡିଗଲା ପରେ ପକ୍ଷୀ ଶିକାରୀ ମାନେ ସେଗୁଡିକୁ ଧରି ଆଣିବାରେ ସକ୍ଷମ ହେଉଛନ୍ତି । ତେବେ କୌଣସି ପ୍ରକାରେ ପକ୍ଷୀ ଶିକାର କରୁଥିବା ଶିକାରୀ ମାନଙ୍କୁ ଏଭଳି କାର୍ଯ୍ୟରୁ ନିବୃତ କରିବା ଉଦ୍ଦେଶ୍ୟରେ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ଓ ବନ ବିଭାଗ ଅଧିକାରୀ ଓ କର୍ମଚାରୀ ମାନେ ଚିଲିକା ତଟବର୍ତ୍ତି ଗ୍ରାମ ସମୂହର ଅଧିବାସୀ ମାନଙ୍କ ଦ୍ଵାରା ଜନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରୁଛନ୍ତି ।

Leave a Reply

Your email address will not be published. Required fields are marked *