ଅନୁଗୋଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ନାରାୟଣୀ ଇଞ୍ଜିନିୟରିଂ କଲେଜରେ ନୂତନ ଆଗନ୍ତୁକ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ବହୁ ଆଡମ୍ବର ସହିତ ପାଳନ କରାଯାଇସିଛି । ଏହି ଉତ୍ସବରେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ତନ୍ମୟ କର, ନିର୍ଦ୍ଦେଶକ ତଥା ସମ୍ପାଦକ ଶ୍ରୀଯୁକ୍ତ ବିଭୁଧେନ୍ଦୁ ବଳ ଓ ଅଧ୍ୟକ୍ଷା ଶ୍ରୀମତୀ ରଶ୍ମିତାବାଳା ଗଡ଼ନାୟକ, ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଅମିୟ ରଞ୍ଜନ ସାହୁ ପ୍ରମୁଖ ଯୋଗଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଅନୁଷ୍ଠାନକୁ କିପରି ରାଗିଂ ମୁକ୍ତ କରିବା ଓ ଛାତ୍ର ଛାତ୍ରୀ ମାନେ ନିୟମିତ ଭାବେ ଶ୍ରେଣୀରେ ଯୋଗ ଦେଇ ଅଧ୍ୟୟନ କରିବା ନିର୍ଦ୍ଦେଶକ ମହୋଦୟଙ୍କର ଭାଷଣର ମୁଖ୍ୟାଂଶ ଥିଲା। ଦୂର ଦୂରାନ୍ତର ଛାତ୍ର ଛାତ୍ରୀ ମାନେ ଛାତ୍ରାବାସରେ ରହି ଅଧ୍ୟୟନ କରିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ । ନୂତନ ଆଗନ୍ତୁକ ଛାତ୍ରଛାତ୍ରୀ ମାନେ କିପରି ଅଧ୍ୟୟନ କ୍ଷେତ୍ରରେ ବିଭିନ୍ନ ସୁବିଧା ପାଇ ପାରିବେ ତାର ସମ୍ୟକ୍ ସୂଚନା ଦେଇଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ କର ସ୍ବାଗତ ଭାଷଣ ମାଧ୍ୟମରେ ଛାତ୍ର ଛାତ୍ରୀ ମାନେ କିପରି ଶାନ୍ତି ଶୃଙ୍ଖଳା ସହ କିପରି ଅଧ୍ୟୟନ କରିବେ ଓ ଉଚ୍ଚ ଶିକ୍ଷା ପାଇଁ ଅର୍ଥର କୌଣସି ବାଧକତା ପ୍ରତିବନ୍ଧକ ହେବନାହିଁ ବୋଲି ଛାତ୍ର ଛାତ୍ରୀ ମାନଙ୍କୁ ସୂଚନା ଦେଇଥିଲେ । ଶେଷରେ ଅଧ୍ୟକ୍ଷା ଶ୍ରୀମତୀ ଗଡ଼ନାୟକ ନିଜର ସ୍ବାଗତ ଭାଷଣ ମାଧ୍ୟମରେ ଛାତ୍ର ଛାତ୍ରୀ ମାନେ କିପରି ଶିକ୍ଷକ ମାନଙ୍କ ସହ ସୁ ସମ୍ପର୍କ ସ୍ଥାପନ କରି ନିଜର ଅଧ୍ୟବସାୟ ଜାରି ରଖିବେ ତାହା ସୂଚାଇ ଦେଇଥିଲେ । ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଉତ୍ସବଟି ଅତ୍ୟନ୍ତ ମନୋମୁଗ୍ଧକର ହୋଇଥିଲା । ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବକୁ ତୃତୀୟ ବର୍ଷର ଛାତ୍ରଛାତ୍ରୀ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ବିଶେଷ ସହଯୋଗ କରିବା ସହିତ ଅଧ୍ୟାପକ ଅଧ୍ୟାପିକ ସହଯୋଗ ରେ ଉତ୍ସବଟିକୁ ପାଳନ କରିଥିଲେ ।