ରକ୍ତଦାନ କରି ବିବାହ ବାର୍ଷିକୀ ପାଳିଲେ ସମାଜସେବୀ ନିରଞ୍ଜନ ପରିଡ଼ା !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ସାମାଜିକ ସଂଗଠନ ଆଦର୍ଶ ଯୁବ ସଂଘ ଭାରତ କଟକ ସଦର ଶାଖା ସଂଯୋଜକ ତଥା ଦେଉଳବସ୍ତ ଜଟଣୀ ଅଞ୍ଚଳ ବାସିନ୍ଦା ଯୁବ ସମାଜସେବୀ ନିରଞ୍ଜନ ପରିଡା ଏବଂ ତାଙ୍କ ପତ୍ନୀ ମୋନାଲିସା ପରିଡା ଦ୍ବିତୀୟ ବିବାହ ବାର୍ଷିକୀରେ ରକ୍ତଦାନ କରି ନିଆରା ଢଙ୍ଗରେ ପାଳନ କରିଛନ୍ତି ଉତ୍ସବ । ଶାଶ୍ଵତ ଇଞ୍ଜିନିୟରିଂ ପ୍ଲମ୍ୱିଂ ବିଭାଗ ମୁଖ୍ୟ ଅଶୋକ ସେଠୀ, ସମାଜସେବୀ ହେମନ୍ତ ଦାସ, ସମାଜସେବୀ ଉଦୟ ରଞ୍ଜନ ଦାସ, ନବଘନ ସାହୁ, କୁଷ ବାବୁ, କୈଳାଶ ଦାସ, ସୁଶାନ୍ତ ସେଠୀ, ବାଳକୃଷ୍ଣ ମଣ୍ଡଳ , ଲିପୁନ୍, ଧନେଶ୍ଵର ପ୍ରଧାନ ପ୍ରମୁଖ କାର୍ଯ୍ୟକର୍ତ୍ତା ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କୁ ଏହି ମହତ୍ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି । ସୂଚନାଯୋଗ୍ୟ ପିତା ପ୍ରଭାକର ପରିଡା, ମାତା ଗୁରେଇ ପରିଡାଙ୍କ ପୁତ୍ର ନିରଞ୍ଜନ ପ୍ଲମ୍ବିଂ ବିଭାଗରେ ଟେକ୍ନିକାଲ ଟିମ୍ ମୁଖ୍ୟ ଭାବେ କାର୍ଯ୍ୟ କରିବା ସହ ସମାଜସେବା , ରକ୍ତଦାନ, ପରିବେଶ ସୁରକ୍ଷା ଆଦି ବହୁ ଜନ ହିତକର କାର୍ଯ୍ୟ ଜାରି ରଖିଛନ୍ତି ।

Leave a Reply

Your email address will not be published. Required fields are marked *