ଜିଲ୍ଲା ସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳା ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ ଜିଲ୍ଲା ସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗୀତା , ଜିଲ୍ଲା ଟାଇକୋଣ୍ଡୋ ଏକାଡେମୀ ତରଫରୁ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବିଧାୟକ କେ ନାରାୟଣ ରାଓ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ପ୍ରତିଯୋଗିତାରେ କୃତି ହୋଇଥିବା ପ୍ରତିଯୋଗୀ ମାନଙ୍କୁ ବିଧାୟକ କେ ନାରାୟଣ ରାଓ ପଦକ ପ୍ରଦାନ କରିଥିଲେ ! ରାୟଗଡା ଜିଲ୍ଲାର ଗଣେଶ ମହାପାତ୍ର, ବ୍ରହ୍ମପୁର ରୁ ସତ୍ୟ ନାରାୟଣ ତ୍ରିପାଠୀ, ଟି. ଦିଲିପ କୁମାର, ସୋନୁ ମହାରଣା, ସୁମନ ମହାରଣା ରେଫରୀ ଭାବରେ ଯୋଗ ଦେଇଥିଲେ । ଏହି ପ୍ରତିଯୋଗିତାରେ 76 ଜଣ ଅଂଶ ଗ୍ରହଣ କରିଥିବା ବେଳେ ସେଥିରୁ ସ୍ୱର୍ଣ୍ଣ ପଦକ 44 ଜଣ, ରୌପ୍ୟ ପଦକ 21, କାଂସ୍ୟ ପଦକ 9 ଜଣ ହାସଲ କରିଥିଲେ । ସ୍ବର୍ଣ୍ଣ ଓ ରୌପ୍ଯ ପଦକ ହାସଲ କରିଥିବା ଖେଳାଳୀ ମାନେ ଆସନ୍ତା 13, 14, 15 ଜାନୁଆରୀ 2022 ରେ କଟକରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବେ । ସେହି ପ୍ରତିଯୋଗୀତାରେ ସଫଳତା ହାସଲ କରିବା ଖେଳାଳୀ ଜାତୀୟ ସ୍ତରରେ ଅଂଶଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ବରିଷ୍ଠ ଛାତ୍ର ତଥା ସହ ପ୍ରଶିକ୍ଷକ ରାଜୁ ପାଡାଲ୍ ଓ ନାଗେଶ୍ବର ମହାପାତ୍ର ଓ ଅଭିଭାବକ ମାନେ ସହଯୋଗ କରିଥିଲେ ।ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ଯକ୍ରମ ଆୟୋଜିତ ହୋଇଥିଲା ।

Leave a Reply

Your email address will not be published. Required fields are marked *