ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଅରାସାହି ପାଖ ମୁଖ୍ୟ ରାଜପଥରେ ଘଟିଛି ଦୁର୍ଘଟଣା ! ଦୁଇଟି ଟ୍ରକ ମଧ୍ୟରେ ଦୁର୍ଘଟଣା ଘଟି ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ଜଣାଯାଇଛି ! ଭଦ୍ରକ ଗେଲପୁର ବାସିନ୍ଦା ହରମୋହନ ଜେନାଙ୍କ 24 ବର୍ଷିୟ ପୁଅ ନିରଞ୍ଜନ ଜେନା ଏକ ଟ୍ରକ୍ ନଂ OD 34 M 0933 ରେ ଗୋପାଳପୁର ପୋର୍ଟରୁ ହାର୍ଡ କୋକ ମାଲ ଲୋଡ କରି ଝାରସୁଗୁଡା ଯାଉଥିବା ସମୟରେ ସୁକିନ୍ଦା ଥାନା ଅଧିନସ୍ଥ ସଂଶାଇଲୋ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଅରାସାହି ପାଖ ମୁଖ୍ୟ ରାଜପଥରେ ଅନ୍ୟ ଏକ ଟ୍ରକ୍ ନଂ OD 34 M 0933 ର ପଛ ପାର୍ଶ୍ଵରେ ଧକ୍କା ଦେଇଥିଲା ! ଦୁର୍ଘଟଣା ରେ ଡ୍ରାଇଭର ନିରଞ୍ଜନ ଜେନା ସାମାନ୍ୟ ଆହତ ଆହତ ଅବସ୍ଥାରେ ଦୁର୍ଘଟଣା ଗ୍ରସ୍ତ ଟ୍ରକ୍ ମଧ୍ୟରେ ଫସି ରହିଥିବା ବେଳେ ତାଙ୍କୁ ସ୍ଥାନୀୟ ଲୋକ ଓ ଦମକଳ ବାହିନୀର କର୍ମଚାରୀ ମାନଙ୍କ ମିଳିତ ଉଦ୍ୟମରେ ଡ୍ରାଇଭରକୁ ସୁରକ୍ଷିତ ଉପାୟରେ ଟ୍ରକ୍ ମଧ୍ୟରୁ ବାହାର କରାଯାଇଥିଲା ! ପରେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବା ପରେ ଏବେ ତାଙ୍କର ପ୍ରାଥମିକ ଚିକିତ୍ସା ଜାରି ରହିଥିବା ଦେଖିବାକୁ ମିଳିଛି !
ସୁକିନ୍ଦା ଅରାସାହି ପାଖ ମୁଖ୍ୟ ରାଜପଥରେ ଦୁଇ ଟ୍ରକ ମଧ୍ୟରେ ଦୁର୍ଘଟଣା !!!

