ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀ ଶିବିରରେ ଅଭିଯୋଗ ଆଣିଲେ ଚିଲିକା ବ୍ଲକ ସାମନ୍ତସିହାପୁର ଗ୍ରାମବାସୀ ! ସେମାନଙ୍କ ଅଭିଯୋଗ କ୍ରମେ ଗ୍ରାମର ସୋଲାରୀ ପାହାଡକୁ ଲାଗି କିଛି ଘରୋଇ ବ୍ୟବସାୟୀ ସଂସ୍ଥା ଠୁ ଜମି କିଣି ତା ସହିତ , ସେଠାରେ ଥିବା ୫୨ ଏକର ୧୦୯ ଡିସମିଲ ଗୋଚର ଜମିକୁ କିଛି ମୁଷ୍ଟିମେୟ ଲୋକ ନିଜ କବ୍ଜାରେ ରଖିଛନ୍ତି ! ଗ୍ରାମବାସୀଙ୍କ ଗାଈଗୋରୁ ଚରିବା ସହ ସେଇ ରାସ୍ତାଦେଇ ଜଙ୍ଗଲକୁ ଯିବା ଆସିଵା ପାଇଁ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି । ଗତ ତା 21/10/22 ଦିନ ଚିଲିକା ତହସିଲଦାର ଙ୍କୁ ଏକ ଲିଖିତ ଅଭିଯୋଗ ଜଣାଇଥିଲେ ଗ୍ରାମବାସୀ । ତହସିଲଦାର ନିଜେ ଘଟଣାର ତଦନ୍ତ କରି ଯେଉଁମାନେ ସେଠାରେ ଗୋଚର ଜାଗାକୁ ଜବରଦଖଲ କରିଛନ୍ତି ଏକମାସ ଭିତରେ ତାଙ୍କ ଉପରେ ପ୍ରଶାସନ ପଦକ୍ଷେପ ନେବ ବୋଲି କହିଥିଲେ । କିନ୍ତୁ ଆଜକୁ ଦୁଇମାସ ବିତିଗଲା ପରେବି ପ୍ରଶାସନ କୌଣସି ପଦକ୍ଷେପ ନେଉନାହିଁ ! ଚିଲିକା ବ୍ଲକରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଥିବା ଦେଖି ଗ୍ରାମରୁ ଦୁଇଶହରୁ ଉର୍ଦ୍ଧ ଗ୍ରାମବାସୀ ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ ଜଣାଇଛନ୍ତି ! ପ୍ରଶାସନ ଯଦି ସାତଦିନ ଭିତରେ ଗୋଚର ଜବର ଦଖଲ କରିଥିବା ମୁଷ୍ଟିମେୟ ଲୋକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନନିଏ ତାହେଲେ ସେମାନେ ରାଜରାସ୍ତାକୁ ଓଲ୍ହାଇବାକୁ ଚେତାବନୀ ଦେଇଛନ୍ତି ।
ଚିଲିକା ବ୍ଲକରେ ଜିଲ୍ଲାପାଳଙ୍କ ଜନ ଶୁଣାଣି : ଅଭିଯୋଗ ଜଣାଇଲେ ବାଲୁଗାଁ ସାମନ୍ତସିହାପୁର ଗ୍ରାମବାସୀ !!!

