ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲାର ଚିଲିକା ବ୍ଲକ ମହିଳା ସଂଗଠନ ଓ ବିଭିନ୍ନ ମହିଳା ସଂଘ ଏକାଠି ହୋଇ ବିଜୁ ଜନତା ଦଳକୁ ତୃଣମୂଳ ସ୍ତରରୁ ମଜବୁତ କରିବା ପାଇଁ ସଂଗଠନର ଏକତା ସହିତ ପୂର୍ବତନ ଚିଲିକା ବିଧାୟକ ରଘୁନାଥ ସାହୁଙ୍କୁ ହୁଳହୁଳି ଓ କରତାଳି ସହିତ ସ୍ୱାଗତ ସମ୍ମାନ ଜଣାଇଥିଲେ l ଏଥିରେ ପ୍ରାୟ ଅଢେଇ ହଜାରରୁ ଉର୍ଦ୍ଧ ମହିଳା ଚିଲିକା ର ସତରଟି ପଞ୍ଚାୟତରୁ ଆସି ସାମିଲ ହୋଇଥିଲେ l ଏହି ସମାବେଶରେ ମହିଳା ସଭାନେତ୍ରୀ ବନିତା ସାହୁ, ସବିତା ସୁନ୍ଦରାୟ, ରଞ୍ଜିତା ସେଠି, ଶର୍ମିଷ୍ଠା ମହାରଣା, ପ୍ରଭାତୀ ସେଠି, ବୈଜୟନ୍ତିବାଳl ଖୁଣ୍ଟିଆ ଯୋଗ ଦେଇଥିଲେ । ନାରୀ ମାନଙ୍କର ସାମଗ୍ରିକ ଉନ୍ନତିରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦଯୋଗକୁ ଉଦବୋଧନ ମାଧ୍ୟମରେ ବୁଝାଇ ଥିଲେ ପୂର୍ବତନ ବିଧାୟକ ରଘୁନାଥ ସାହୁ ।
ଚିଲିକାରେ ବିଜୁ ଜନତା ଦଳର ବିଶାଳ ମହିଳା ସମାବେଶ !!!

