ଜନ୍ମମାଟିରେ ବିଦ୍ୟାରତ୍ନଙ୍କୁ ଶ୍ରଦ୍ଧାଞ୍ଜଳୀ !!!

Spread the love

ବୈଦେଶ୍ଵର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ବାଙ୍କୀ ପ୍ରଶାସନ ପକ୍ଷରୁ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ଜୟନ୍ତୀ ଅବସରରେ ଜନ୍ମସ୍ଥାନ ବୈଦେଶ୍ୱର ଠାରେ ତାଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସକାଳ ୯ ଘଟିକା ସମୟରେ ବାଙ୍କୀ ପ୍ରଶାସନ ପକ୍ଷରୁ ନୀଳମଣି ବିଦ୍ୟାରତ୍ନଙ୍କ ଜୟନ୍ତୀ ଅବସରରେ ବୈଦ୍ୟେଶ୍ୱର ଛକ ଠାରେ ବିଦ୍ୟାରତ୍ନଙ୍କ ପ୍ରତିମୂର୍ତ୍ତିରେ ବାଙ୍କୀ ଉପ-ଜିଲ୍ଲାପାଳ ରଞ୍ଜନ କୁମାର ଜେନା ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ କାଳୀଚରଣ ତ୍ରିପାଠୀଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ସୁବାସ ଚନ୍ଦ୍ର ପାଢ଼ୀ, ପ୍ରେସ କ୍ଲବ ଉପସଭାପତି ସମରେନ୍ଦ୍ର ମହାପାତ୍ର, କବି ସୁରେଶ୍ୱର ବେହେରା, ସ୍ମୃତି ସଂସଦର ସଭାପତି ସୁରଞ୍ଜନ ପଣ୍ଡା, ସମିତି ସଭ୍ୟ ମହେଶ୍ୱର ମହାପାତ୍ର, ସଂପାଦକ ରବି ନାରାୟଣ ମଙ୍ଗରାଜ, ଜିଲ୍ଲା ପରିଷଦ ରଶ୍ମିତା ସାହୁ , ପୂଜ୍ୟପୂଜା ସଂସଦ ସଭାପତି ସୁନୀଲ କୁମାର ମିଶ୍ର, ସାମ୍ବାଦିକ ଜ୍ଞାନେନ୍ଦ୍ର ମୋହନ ମିଶ୍ର, ଗୌତମ ମିଶ୍ର, ବିଭୂ ପ୍ରସାଦ ସାମଲ, ଗୌରାଙ୍ଗ ବେହେରାଙ୍କ ସମେତ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

 

Leave a Reply

Your email address will not be published. Required fields are marked *