ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ ସ୍ୱତନ୍ତ୍ର ଜାତୀୟ ସେବା ଯୋଜନା ଶିବିର !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ଅନ୍ତର୍ଗତ କେରାଣ୍ଡି ଗ୍ରାମ ପଞ୍ଚାୟତର ପୁରୁଣା କେରାଣ୍ଡି ଗ୍ରାମରେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟରେ (ଏନ ଏସ ଏସ) ସ୍ୱତନ୍ତ୍ର ଜାତୀୟ ସେବା ଯୋଜନା 17 ତାରିଖରୁ 23 ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଏହି ସ୍ୱତନ୍ତ୍ର ଜାତୀୟ ସେବା ଯୋଜନାରେ ସ୍ନାତକ ଓ ସ୍ନାତକୋତ୍ତର ର 44 ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରାଧାକାନ୍ତ ଭୂୟାଁ ଯୋଗଦେଇ ଛାତ୍ର ଛାତ୍ରୀଙ୍କୁ ଜାତୀୟ ସେବା ଯୋଜନାରେ ସାମିଲ ହୋଇଥିବାରୁ ଧନ୍ୟବାଦ ଜଣାଇବା ସହ କିପରି ଗ୍ରାମବାସୀଙ୍କୁ ସଚେତନତା କରାଇବେ ଏବଂ ଏହା ସହ ସ୍ୱୟଂ ଶାସିତ ମହା ବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ କେରାଣ୍ଡି ଗ୍ରାମକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରି ଗ୍ରାମର ଉନ୍ନତି ସକାଶେ କାର୍ଯ୍ୟ କରୁଛନ୍ତି । ଜାତୀୟ ସେବା ଯୋଜନାର ସଂଯୋଜକ ଡକ୍ଟର ବୈଦ୍ୟନାଥ ଦାଶ ସଭାକୁ ପରିଚାଳନା କରି ସ୍ୱତନ୍ତ୍ର ସେବା ଶିବିର ଉପରେ ଆଲୋକପାତ କରିଥିଲେ । ବିଭିନ୍ନ ପ୍ରକାରର ସଚେତନତା କାର୍ଯ୍ୟକ୍ରମ ଜାରି ରହିବ । ତଥା ନିଶା ନିବାରଣ, ଅନ୍ଧ ବିଶ୍ୱାସର ବିଲୋପ, ବୃକ୍ଷ ରୋପଣ, କନ୍ୟା ଭୃଣ ହତ୍ୟାର ନିରାକରଣ, ବନ୍ୟା ଓ ବାତ୍ୟା ର ସୁରକ୍ଷା ଉପରେ ସଚେତନତା କାର୍ଯ୍ୟକ୍ରମ ଜାରି ରହିବା ସଙ୍ଗେ ସଙ୍ଗେ ସଫେଇ କାର୍ଯ୍ୟକ୍ରମ ଚାଲୁ ରହିବ ଏବଂ ପରି ଶେଷରେ ଆଶାରାଣୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *