ବାଙ୍କୀ ଅଞ୍ଚଳ ର ବରିଷ୍ଠ କଂଗ୍ରେସ ନେତା ନେତ୍ରାନନ୍ଦ ଚୌଧୁରୀ ଙ୍କ ପରଲୋକ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ପରଲୋକରେ ବରିଷ୍ଠ କଂଗ୍ରେସ ନେତା ନେତ୍ରାନନ୍ଦ ଚୈଧୁରୀ । ବୈଦେଶ୍ଵର ଗ୍ରାମର ବରିଷ୍ଠ ନାଗରିକ ତଥା କଂଗ୍ରେସ ନେତା ନେତ୍ରାନନ୍ଦ ଚୌଧୁରୀ ଇହଧାମ ତ୍ୟାଗ କରିଛନ୍ତି ! ୧୯୮୫ ରୁ ୧୯୯୦ ପର୍ଯ୍ୟନ୍ତ ସେ ବାଙ୍କୀ ବ୍ଲକ୍ ର ଚେୟାରମ୍ୟାନ ଥିଲେ । ବୈଦେଶ୍ଵର ପଞ୍ଚାୟତ ର ଦୁଇ ଦୁଇ ଥର ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ଭାବରେ କାର୍ଯ୍ୟ କରିଥିଲେ । ଭୂ ଉନ୍ନୟନ ବ୍ୟାଙ୍କ ର ସଭାପତି ଓ କେନ୍ଦ୍ର ସମବାୟ ର ସଭାପତି ଭାବରେ କାର୍ଯ୍ଯ ସମ୍ପାଦନ କରିଥିଲେ । ସାମାଜିକ ସ୍ତରରେ ବାଙ୍କୀ ରାଜ୍ୟର ସଭାପତି ଓ ଶୀର୍ଷ ର ସଭାପତି ଦାୟୀତ୍ବ ମଧ୍ୟ ନିର୍ବାହ କରିଥିଲେ। ସ୍ଥାନୀୟ ବିଦ୍ୟାଳୟ ସମୂହ ଓ ମହାବିଦ୍ୟାଳୟ ଗଠନରେ ସକ୍ରିୟ ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ । ପୂର୍ବ ପୁରୁଷ ଙ୍କ ଦ୍ଵାରା ପ୍ରତିଷ୍ଠିତ ଶ୍ରୀ ଶ୍ରୀ ଗୋପୀନାଥ ଜୀଉ ଙ୍କର ମୁଖ୍ୟ ଟ୍ରଷ୍ଟି ତଥା ଶ୍ରୀ ଶ୍ରୀ ରାମନାଥ ଦେବ ଓ ଶ୍ରୀ ଶ୍ରୀ ବୈଦ୍ୟନାଥ ଦେବ ଙ୍କ ର ମୁଖ୍ୟ ଟ୍ରଷ୍ଟି ଭାବରେ କାର୍ଯ୍ୟ କରିଥିଲେ । ତାଙ୍କ ପରଲୋକ ଗମନ ଖବର ଶୁଣି ସ୍ଥାନୀୟ ଅଞ୍ଚଳରେ ଶୋକ ଖେଳିଯିବା ସହିତ ବହୁ ବ୍ୟକ୍ତି ଶେଷ ଦର୍ଶନ ନିମନ୍ତେ ପହଞ୍ଚିଥିଲେ ! ମୃତ୍ୟୁ ଖବର ପାଇ ବାଙ୍କୀର ପୂର୍ବତନ ବିଧାୟକ ଡଃ ଦେବାଶିଷ ପଟ୍ଟନାୟକ ମଧ୍ୟ ପହଞ୍ଚି ଶେଷ ଦର୍ଶନ କରିଥିଲେ ।

Leave a Reply

Your email address will not be published. Required fields are marked *