ଶୁଳିଆପଦା ବ୍ଲକର ବିଭିନ୍ନ ପଞ୍ଚାୟତରେ ଚିନ୍ମୟ ଫାଉଣ୍ଡେସନର ମୋ ଗାଆଁ ମୋ ପ୍ରତିଭା କାର୍ଯ୍ୟକ୍ରମ !!!

Spread the love

ମୟୂରଭଞ୍ଜ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଯାଜପୁର ଜିଲ୍ଲାର ବାବଲପୁର ସ୍ଥିତ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ମଧ୍ୟମରେ ସମଗ୍ର ବିଶ୍ବର ଗ୍ରାମାଞ୍ଚଳ ମାନଙ୍କରେ ମୁକ୍ତାକାଶ ସାଂସ୍କୃତିକ ହାଟ ଓ ମୋ ଗାଆଁ ମୋ ପ୍ରତିଭା କାର୍ଯ୍ୟକ୍ରମର ଆୟୋଜନ କରାଯାଇ ପ୍ରତି ପ୍ରତ୍ୟେକ ଦିନକୁ ମହୋତ୍ସବର ଦିନ ଭାବରେ ପାଳନ କରାଯାଉ ଥିବା ବେଳେ ଆଜି ମୟୂରଭଞ୍ଜ ଜିଲ୍ଲାର ଶୁଳିଆପଦା ବ୍ଲକର ଚନ୍ଦାବିଲା, ବିଳାସ, ପଥରା , ଅଁଳାକୁଦା, ନଦୀଗାଁ,ଲଙ୍କା ଡିହା ଓ ଉଫାଲ୍ ଗାଡିଆ ଆଦି ଗ୍ରାମ ମାନଙ୍କରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାର ଦେଖିବାକୁ ମିଳିଛି। ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶକ୍ରମେ ଉତ୍ତର ଓଡ଼ିଶା ସଂଯୋଜକ ସୁଶାନ୍ତ ନାଏକ ଓ ଝାରଖଣ୍ଡ ରାଜ୍ୟ ସଂଯୋଜକ ସରୋଜ ନାଏକଙ୍କ ନେତୃତ୍ବରେ ଗାଆଁ ଗାଆଁରେ ସାଂସ୍କୃତିକ ହାଟ ସହ ସାଂସ୍କୃତିକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା ।

ଚନ୍ଦାବିଲାଠାରେ ଆଲୋଚକ ଭାବରେ ଗଙ୍ଗାଧର ଧଳ, ଭଗିରଥ ଧଳ, ପିତାମ୍ବର ଦେଓ, ମୋତି ରାମ, ରାଇମଣୀ ଧଳ, ଅନ୍ତର୍ଯ୍ୟାମୀ ସି, ଦେବାନନ୍ଦ ଧଳ, ହେମନ୍ତ ଧଳ, ଶକୁନ୍ତଳା ଧଳ, ଅରବିନ୍ଦ ଦାସ,ରେଖା ଧଳ, ସାବିତ୍ରୀ ନାଏକ, ସୁମିତ୍ରା ସି, ପୁଷ୍ପାଞ୍ଜଳି ସି, ଭାରତୀ ସି ଆଦି ଯୋଗଦାନ କରିଥିଲେ। ସେହିପରି ବିଳାସ ଗ୍ରାମରେ ହେମନ୍ତ ସିଂ, ଅନୁପ ସିଂ, ଭଗବାନ ରାଜ, ପ୍ରଦୀପ ମାହାନ୍ୟ, ଦୀପିକା ଧୀର୍,ମାନସ ଧୀର,ଚନ୍ଦ୍ରକାନ୍ତ ଧଳ,ରମେଶ ଧଳ, ମନୋରଞ୍ଜନ ଧଳ, ସୁକାନ୍ତି ରାଜ, ସୁଲୋଚନା ସେଠୀ, ପଥରା ଗ୍ରାମରେ ଚନ୍ଦନେଶ୍ୱର୍ ନାୟକ, ଖଡିଆ ଟିକିରିଆ, ସୁମନ୍ତ ମହାନାଏକ, ଦ୍ବାରିକା ନାଥ ରାଜ,ହରିହର ରାଜ,ହେମନ୍ତ ରାଜ,ଅଁଳାକୁଦା ଗ୍ରାମରେ ମଧୁସୂଦନ ଦେଓ, ଗୁରୂପଦ ଭଟ୍ଟାଚାର୍ଯ୍ୟ, ସୁଦର୍ଶନ ସି, କାର୍ତ୍ତିକ ସେଠୀ,ପ୍ରଶାନ୍ତ ଦେଓ , ନଦୀଗାଆଁ ଠାରେ ପ୍ରଶାନ୍ତ ଦେଓ, ତ୍ରିଲୋଚନ ସି, ରସାନନ୍ଦ ସି, ସଞ୍ଜୟ ସି, ଶ୍ରୀକୃଷ୍ଣ ସି, କ୍ଷିରୋଦ ସି,ବିରେନ୍ଦ୍ର ସି ,ଲଙ୍କାଡିହା ଠାରେ ନେମା କୃପାସିନ୍ଧୁ ଧଳ, ନେମା ରଞ୍ଜିତ ସି, ନେମାଆ ରଘୁନାଥ ଦେଓ, ନେମା ପ୍ରଶାନ୍ତ ଦେଓ, ନେମା ରଶ୍ମିତା ଦେଓ, ଉଫାଲ୍ ଗଡିଆ ଠାରେ ନେମା ରତ୍ନାକର ନାଏକ, ନେମା ବୁଦ୍ଧୁରାମ ମହାନ୍ତ, ନେମା ଗୁରୁଚରଣ ମହାନ୍ତ, ନେମା ଯତୀନ୍ଦ୍ର ମହାନ୍ତ, ନେମା ଦିଲ୍ଲୀପ ଦେହୁରୀ ଆଦି ଯୋଗଦାନ କରିଥିଲେ।

Leave a Reply

Your email address will not be published. Required fields are marked *