ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଓ ବାଣପୁର ଥାନା ଅଞ୍ଚଳରେ ଚଢ଼ାଉ କରି ବାଲୁଗାଁ ଅବକାରୀ ବିଭାଗ ୩ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ବାଣପୁର ଥାନା ଅନ୍ତର୍ଗତ ରାଣୀପଡ଼ା ଗ୍ରାମରୁ ଦୁଇ ମହିଳା, ଜଣେ ପୁରୁଷ ଏବଂ ବାଲୁଗାଁ ଥାନା ଅନ୍ତର୍ଗତ ପାଇକଷଡିହ ଗ୍ରାମରୁ ଜଣେ ମହିଳା ଗିରଫ ହେଇଥିବା ବେଳେ ସେମାନଙ୍କ ନିକଟରୁ ୧୫୫ ଲିଟର ଦେଶୀମଦ ଏବଂ ବିଅର ଜବତ ହୋଇଛି । ବାଲୁଗାଁ ଅବକାରୀ ବିଭାଗ ପିଆର୍ କେସ ନମ୍ବର ୩୭,୩୮,୩୯,୪୦ / ୨୨ – ୨୩ ରେ ଚାରୋଟି ମାମଲା ରୁ୍ଜୁକରି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ବାଲୁଗାଁ – ବାଣପୁର ଥାନା ଅଞ୍ଚଳରେ ଅବକାରୀ ଚଢ଼ାଉ : ୩ ମହିଳା ସମେତ ୪ ଗିରଫ !!!

