ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ଭାପୁର ବ୍ଲକ ଅଧିନସ୍ଥ ବାଲୁଙ୍କେଶ୍ୱର ଦେବ ଉଚ୍ଚ ବିଦ୍ୟାଳୟରେ ୨୮ ତମ ବ୍ଲକସ୍ତରୀୟ ବିଜ୍ଞାନମେଳା ଉଦଯାପିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଗୋଷ୍ଠୀ ଶିକ୍ଷାଧିକାରୀ ଜୟନ୍ତୀ ସାହୁ , ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ତ୍ରିପାଠୀ , ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶୈଳବାଳ ରଥ ,ବାଲୁଙ୍କେଶ୍ୱର ଦେବ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିତ୍ୟାନନ୍ଦ ଦାଶ , ନିରଞ୍ଜନ ଆଚାର୍ଯ୍ୟ , ଇନଚାର୍ଜ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଦଣ୍ଡପାଣି ନାୟକ ,ଶିକ୍ଷକ ନେତା ପ୍ରସନ୍ନ ଲେଙ୍କା ,ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ରଣସିଂ ଉପସ୍ଥିତ ରହି ବିଜ୍ଞାନ ଉପରେ ଆଲୋଚନା କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ । ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ପଞ୍ଚାନନ ମହାପାତ୍ର । ଶେଷରେ ଶିକ୍ଷକ କେଳୁଚରଣ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଗୋଷ୍ଠୀ ଶିକ୍ଷାଧିକାରୀଣୀ ଜୟନ୍ତୀ ସାହୁ ବିଜ୍ଞାନ ମେଳାର ଉଦଘାଟନ କରିଥିଲେ । ଅପରାହ୍ନ ସମୟରେ ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଅଧ୍ୟାପକ ପବିତ୍ର କୁମାର ସୁବୁଦ୍ଧି , ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ତ୍ରିପାଠୀ , ଇନଚାର୍ଜ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଦଣ୍ଡପାଣି ନାୟକ ପ୍ରମୁଖ ମଞ୍ଚାସୀନ ରହି ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ। ଏଥିସହିତ ଅତିଥି ମାନେ ବିଜ୍ଞାନ ଭିତ୍ତିକ ବିଭିନ୍ନ ପ୍ରକଳ୍ପକୁ ପରିଦର୍ଶନ କରିବା ସହି କୁନି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ସମଗ୍ର ବ୍ଲକରୁ ୧୦୮ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ସର୍ବକନିଷ୍ଠ ବର୍ଗରେ ୩, କନିଷ୍ଠ ବର୍ଗରେ ୩ , ବରିଷ୍ଠ ବର୍ଗରେ ୭ ପ୍ରକଳ୍ପ ବିଚାରକ ଭାବେ ଶିକ୍ଷକ ମଣ୍ଡଳୀ ୧୩ ଟି ଶ୍ରେଷ୍ଠ ପ୍ରକଳ୍ପ ବାଛିଥିବା ଏବଂ ଏହା ଜିଲ୍ଲା ସ୍ତରରେ ପ୍ରଦର୍ଶିତ ହେବ ବୋଲି ସୂଚନା ମିଳିଛି । ବିଚାରକ ଭାବେ ରାଜସୁନାଖଳା ହାଇସ୍କୁଲର ପ୍ରଧାନଶିକ୍ଷକ ପ୍ରକାଶ କୁମାର ସାହୁ ଓ ଦର୍ପନାରାୟଣପୁର ଜନତା ନୋଡାଲ ହାଇସ୍କୁଲର ଶିକ୍ଷକ ଶୁଶାନ୍ତ କୁମାର ପ୍ରଧାନ ପହଞ୍ଚି ପ୍ରକଳ୍ପ ଦେଖିଥିଲେ । ଏଥିସହିତ କୃତି ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କାର ବିତରଣ କରିଥିବା ବେଳେ ଛାତ୍ରଛାତ୍ରୀଙ୍କ ଦ୍ଵାରା ନୃତ୍ୟ ଓ ଗୀତ ପରିବେଷଣ କରାଯାଇଥିଲା । ବାଲୁଙ୍କେଶ୍ୱର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିତ୍ୟାନନ୍ଦ ଦାଶ ସମସ୍ତ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ।