ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଜଗଦଗୁରୁ ଶ୍ରୀ କୃପାଳୁ ଜୀ ମହାରାଜଙ୍କ ଦର୍ଶନ ତଥା ବାଳମୁକୁନ୍ଦ କେନ୍ଦ୍ରର ଯୋଜନା ଶିଶୁଙ୍କ ମନରେ ଭକ୍ତିଭାବ,ସ୍ୱାଭିମାନ, ଦାୟିତ୍ୱବୋଧ ଏବଂ ଆତ୍ମ ପ୍ରକାଶ କୁଶଳତା ଆଦିଗୁଣର ବିକାଶ ନିମନ୍ତେ କାର୍ଯ୍ୟାନ୍ୱିତ ହୋଇଥାଏ ! ଏହାକୁ ଆଧାର କରି ବାଳମୁକୁନ୍ଦ କେନ୍ଦ୍ର ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ! ଏଥିରେ ମୁଖ୍ୟ ଅତିଥି ଭାବେ ଶିଶୁପ୍ରେମୀ ଦୁର୍ଗପତି ଜୁରିଆ ବେହେରା ଯୋଗଦେଇ ଐତିହ ପରିଛା ମଠ ପରିଭ୍ରମଣ ପରେ ଗଣିତ ଓ ପରିବେଶ ସମ୍ବନ୍ଧୀୟ ତଥ୍ୟ ପ୍ରକାଶ କରି ପ୍ରତିଦିନ ଜୀବନରେ ବ୍ୟବହାର ସମ୍ପର୍କରେ ଶିଶୁ ମାନଙ୍କୁ ବୁଝାଇ କାର୍ଯ୍ୟକ୍ରମର ମୁଖ୍ୟ ବିଷୟ ଗୁଡିକ ଆଲୋଚନା କରିଥିଲେ ! ପରବର୍ତ୍ତୀ କାର୍ଯ୍ୟକ୍ରମରେ କେନ୍ଦ୍ରର ଉପଦେଷ୍ଟା ବିଚିତ୍ରାନନ୍ଦ ବେବର୍ତ୍ତା ଏବଂ ଭାଗବତ ପାଢ଼ୀ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ସମ୍ପର୍କରେ ଅବଗତ କରାଇଥିଲେ ! କେନ୍ଦ୍ରର ଆଚାର୍ଯ୍ୟା ନୃତ୍ୟଶିଳ୍ପୀ ଡ଼ି ପ୍ରିୟଙ୍କା ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଆଚାର୍ଯ୍ୟ ଚିତ୍ରଶିଳ୍ପୀ ମୁରଲୀଧର ପରିଛା ମୁଖ୍ୟ ଅତିଥିଙ୍କୁ ପ୍ରଜ୍ଞା ପୁରୁଷ ନାଟ୍ୟକାର ଆପନ୍ନା ପରିଛାଙ୍କ ପ୍ରକାଶିତ ପୁସ୍ତକ ଗୁଡିକ ପ୍ରଦାନ କରିଥିଲେ ! ଏଥିରେ ସତସଙ୍ଗୀ ଜାନକୀ ଚରଣ ବେହେରା ସହଯୋଗ କରିଥିବା ବେଳେ ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ସ୍ୱାମୀ ମୁକୁନ୍ଦାନନ୍ଦ ଜୀଙ୍କ ଜନ୍ମ ଦିବସରେ କେନ୍ଦ୍ର ତରଫରୁ ଭକ୍ତିପୂତ ପ୍ରଣାମ ଏବଂ ଅଭିନନ୍ଦନ ଜଣାଇଥିଲେ !
ବାଳମୁକୁନ୍ଦ କେନ୍ଦ୍ର ଯୋଜନା ମାଧ୍ୟମରେ ଭାବଯୁକ୍ତ ଭକ୍ତି, ସାକ୍ଷରତା ଓ ସାମାଜିକ ସମାନତା ପ୍ରସାର କାର୍ଯ୍ୟକ୍ରମ !!!

