ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ରେ ଜିଲ୍ଲା ସ୍ତରୀୟ ଭୋଟର ସଚତନତା ରଥର ଶୁଭାରମ୍ଭ ହୋଇଯାଇଛି । ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ସବୁଜ ପତାକା ଦେଖାଇ ଭୋଟର ସଚେତନତା ରଥକୁ ଶୁଭାରମ୍ଭ କରିଛନ୍ତି । ଏହି ସଚେତନତା ରଥ ଗଜପତି ଜିଲ୍ଲାର ସମସ୍ତ ବ୍ଲକ୍ ଓ ଗ୍ରାମ ପଞ୍ଚାୟତରେ ପ୍ରଚାର ପ୍ରସାର କରିବ । ଜିଲ୍ଲା ସ୍ତରୀୟ ଭୋଟର ତାଲିକା ସଚେତନତା ରଥ କାର୍ଯ୍ୟକ୍ରମ ୨୦୨୩ ବର୍ଷ ଚିଠା ଭୋଟର ପରିଚୟ ପତ୍ର ସହ ଆଧାର ସଂଯୋଗୀକରଣ ଓ ସଂଶୋଧନ ପଞ୍ଜିକରଣ କରାଯିବ । ଯେଉଁ ନାଗରିକଙ୍କ ବୟସ ୧୮ ବର୍ଷରୁ ଉର୍ଦ୍ଧ ହେଉଥିବ ସେମାନେ ଭୋଟର ସଂଶୋଧନ କାର୍ଯ୍ୟକ୍ରମରେ ନିଜର ନାମକୁ ନୂତନ ଭାବେ ଫର୍ମ – ୬ ଯୋଗ କରିବା, ଫର୍ମ -୭ ରେ ନାମକୁ ବାଦ କରିବା, ଫର୍ମ -୮ ରେ ଭୋଟର ତାଲିକାରେ ନିଜର ତଥ୍ୟରୁ ସଂଶୋଧନ ଏବଂ ନିଜର ସ୍ଥାନକୁ ପରିବର୍ତ୍ତନ କରିବା ଓ ଫର୍ମ-୬ (ଖ) ରେ ନିଜର ଭୋଟର ପରିଚୟ ପତ୍ରକୁ ଆଧାର କାର୍ଡ ସହିତ ସଂଯୋଗ କରିପାରିବେ । ଭୋଟର ମାନଙ୍କର ନିଜର ନାମ ଭୋଟର ତାଲିକାରେ ଯାଞ୍ଚ୍ କରିବା ସହ ନୂତନ ଭୋଟର ମାନଙ୍କୁ ନିଜ ମୋବାଇଲ ମାଧ୍ୟମରେ ଭୋଟର ହେଲ୍ପ ଲାଇନ ଆପ ଦ୍ଵାରା www.nvsp./voterportal.eci.gov.in କିମ୍ବା ଭୋଟର ହେଲ୍ପ ଲାଇନ ଅପ୍ ବ୍ୟବହାର କରନ୍ତୁ ଏବଂ ବୁଥ ସ୍ତରୀୟ ଅଧିକାରୀଙ୍କ ଠାରେ ଗରୁଡ଼ ଅପ୍ ମଧ୍ୟମରେ ପର୍ମ -୬,୭,୮ ଓ ୬ଖ ରେ ଆବେଦନ କରିପାରିବେ। ଯୁବ ବର୍ଗର ଥିବା ୧୮-୧୯ ବର୍ଷର ଭୋଟର ମାନଙ୍କୁ ଭୋଟର ତାଲିକାରେ ନାମ ଯୋଗ କରିବା ପାଇଁ ପ୍ରାଧାନ୍ୟ ଦେବା ପାଇଁ ଜିଲ୍ଲାପାଳ ଶ୍ରୀ ପଣ୍ଡା ସୂଚନା ପ୍ରଦାନ କରିଥିଲେ l ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଉପଜିଲ୍ଲାପାଳ ଆଲୋକ କୁମାର ପ୍ରଧାନ,ଡେପୁଟି କଲେକ୍ଟର (ନିର୍ବାଚନ ଶାଖା) ନଟବର ଗରଡ଼ା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସନ୍ତୋଷ କୁମାର ନାୟକଙ୍କ ସମେତ ବିଭାଗୀୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ l